ହଳଦୀକୁ ବ୍ଲକ ଓ ଟିଟିଲାଗଡ଼କୁ ଜିଲ୍ଲା ଦାବୀ ନେଇ ୫୯ ରାଜପଥକୁ ଅବରୋଧ

0
44
ହଳଦୀକୁ ବ୍ଲକ ଓ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୭/୧୨) : ମୁରିବାହାଲ ବ୍ଲକ ସଦରରେ ଟିଟିଲାଗଡ଼ ଜିଲ୍ଲା ଦାବୀ ନେଇ ଗୁରୁବାର ଦିନ ପ୍ରଭାବ ଦେଖିବାକୁ ମିଲିଥିଲା ।Whatsapp Image 2023 12 07 At 19.03.46

ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ,ବିଇଓ ଅଫିସ, ପେଟ୍ରୋଲ ଟ୍ୟାଙ୍କ,ବ୍ୟାଙ୍କ,କଲେଜ ପ୍ରମୁଖ ବନ୍ଦ ହୋଇଥିଲା । ହଳଦୀ ପଞ୍ଚାୟତ ସମିତି ସଭ୍ୟ ଟୁନାମଣି ମହାନନ୍ଦଙ୍କ ନେତୃତ୍ୱରେ ୫୯ ରାଜପଥ ଅବରୋଧ କରି ହଳଦୀ ପଞ୍ଚାୟତକୁ ବ୍ଲକ କରାଯାଉ ଓ ଟିଟିଲାଗଡ଼କୁ ଜିଲ୍ଲା କରାଯାଉ ବୋଲି ନାରାବାଜି କରି ୫୯ ରାଜପଥକୁ ବନ୍ଦ କରିଥିଲେ । ହଳଦୀ ଗ୍ରାମର ବ୍ୟାଙ୍କ, କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ବନ୍ଦ ଥିବା ଦେଖିବାକୁ ମିଲିଥିଲା । ଏହି ବନ୍ଦ ସମୟରେ ଦିନେଶ କୁମ୍ଭାର, ଚତୁର ମହାନନ୍ଦ, ଉତ୍ତମ ମହାନନ୍ଦ, ରୁକ୍ମଣ ମହାନନ୍ଦ, ରୋଶନ ବିଭାର, ଅଲେଖ ପଶାୟତ, ହୃଷିକେଶ ବାଗ,ପପୁ ଯାଦବ,ଚନ୍ଦ୍ରମଣି ହାତୀ, ଦେବ ପୂଜାରୀ, ରାମାରଞ୍ଜନ ସେଠ, ଲିଚୁ ଛତ୍ରିଆ ପ୍ରମୁଖ ସାମିଲ ଥିଲେ ।