ବ୍ଲକ ସ୍ତରୀୟ ଧନୁଯାତ୍ରା ମୋହତ୍ସବ ରେ ଶୁଭ ସ୍ତମ୍ଭ ସ୍ଥାପନ

0
31
ବ୍ଲକ ସ୍ତରୀୟ ଧନୁଯାତ୍ରା

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୦୭/୧୨) : ଗୁରୁବାର ଦିନ ଅପରାହ୍ନ ୧.୦୦ ଘଟିକରେ ମୁରିବାହାଲ ଧନୁଯାତ୍ରା ପଡ଼ିଆ ଠାରେ ଆସନ୍ତା ତା:୨୮/୧୨/୨୩ ଦିନ ଆରମ୍ଭ ହେବାକୁ ଥିବା ବ୍ଲକ ସ୍ତରୀୟ ଧନୁଯାତ୍ରା ମହୋତ୍ସବର ଶୁଭ ସ୍ତମ୍ଭ ସ୍ଥାପନ କରାଗଲା ।Whatsapp Image 2023 12 07 At 18.55.52

ଏହି ଶୁଭସ୍ତମ୍ଭଟି ମୁରିବାହାଲ ରାଧାକୃଷ୍ଣ ଓ ଶିବ ମନ୍ଦିର ଠାରୁ ଆଣି ଧନୁଯାତ୍ରା ମହୋତ୍ସବ ପରିଚାଳନା କମିଟିର କର୍ମକର୍ତ୍ତା, ସଦସ୍ୟ ଓ ଗ୍ରାମର ମହିଳା ମାନେ ଶୋଭାଯାତ୍ରା କରି ଧନୁଯାତ୍ରା ପଡିଆ ରେ ଉପସ୍ଥିତ ହେଇଥିଲେ । ଏହି କାର୍ଯ୍ୟକ୍ରମରେ କର୍ତ୍ତାଭାବେ ଶ୍ରୀ ଲକ୍ଷ୍ମୀକାନ୍ତ ଧରୁଆ ଓ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ଶୁଭକେଶି ଧରୁଆ କାର୍ଯ୍ୟ ତୁଲାଇଥିଲେ । ପୂଜକ ଭାବେ ଶ୍ରୀଯୁକ୍ତ କାଶୀନାଥ ଦାସ ଉପସ୍ଥିତ ରହି ପୂଜକ କାର୍ଯ୍ୟ ସମ୍ପାଦନ କରିଥିଲେ । ଧନୁଯାତ୍ରା ମହୋତ୍ସବ ପରିଚାଳନା କମିଟିର ସଭାପତି ଶ୍ରୀବତ୍ସ ବେହେରାଙ୍କ ନେତୃତ୍ୟୁ ପୂଜାବିଧି କାର୍ଯ୍ୟ ପରିଚାଳିତ ହୋଇଥିଲା । ଏହି କାର୍ଯ୍ୟ ରେ ଉପ ସଭାପତି ନିରଞ୍ଜନ ସାହୁ, ଶ୍ୟାମସୁନ୍ଦର ଝାଙ୍କର, ଦିବ୍ୟ ସୁନ୍ଦର ସାହୁ, କାର୍ଯ୍ୟକାରୀ ସଭାପତି ରାଜୀବ କୁମାର ମହାନ୍ତି, ବିଶ୍ଵ ବିହାରୀ ଯୋଶୀ, ସୁଦାମ ସାହୁ, ସାଧାରଣ ସମ୍ପାଦକ ତରୁଣ ପୋଢ଼, ସମ୍ପାଦକ ଭରତ ଦାସ, ପ୍ରେମାନନ୍ଦ ମାଝୀ, କୋଷାଧ୍ୟକ୍ଷ ପଦ୍ମଲୋଚନ ସାହୁ, ରମା ରଞ୍ଜନ ପାତ୍ର, ସାଂସ୍କୃତିକ ସମ୍ପାଦକ ରମେଶ କୁମାର ନାଗ , ନେପାଲ ସାହୁ, ସେମନ୍ତ ବାଗ, ବୈରାଷ୍ଟ୍ର ପୋଢ଼, ସଂଯୋଜକ ସୁଧାଂଶୁ ପୋଢ଼ ଯାଦବ, ବନ ବିହାରୀ ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଶୁଭ କାର୍ଯ୍ଯରେ ବ୍ଲକ ସ୍ତରୀୟ ଧନୁଯାତ୍ରା ପରିଚାଳନା କମିଟିର ଶ୍ରୀ କୁନ୍ତ ପୋଢ଼ , କିଶୋର ପୃଷ୍ଟି , ଭିଶ୍ମାରାଜ୍ ମେହେର, ହୃଦା ସାହୁ, ପଙ୍କ ସାହୁ, ବିଜୟଲାଲ ଦୀପ, ଅଜିତ ବାଗ, ଉଦିତ କୁମାର କଟା, ନୀତିଶ କୁମାର ସାହୁ, ହରି ହାତୀ, ବ୍ରହ୍ମ ପୋଢ଼, ସୁଶାନ୍ତ ରତେଇ, ହେମନ୍ତ ସାହୁ, ଶିବା ରାଉତ ,ବିରଞ୍ଚି ଭୋଇ ଉପସ୍ଥିତ ରହି ସହଯୋଗ କରିଥିଲେ । ମୁରିବାହାଲ୍ ରାଧାକୃଷ୍ଣ ଓ ଶିବ ମନ୍ଦିର ସଂକୀର୍ତ୍ତନ ମହିଳା ଦଳ ଓ ମୁରିବାହାଲ ବଜାର ପଡା ସଂକୀର୍ତ୍ତନ ଦଳ ଉପସ୍ଥିତଥିଲେ ।