ଆରଏମସି ମାର୍କେଟୟାର୍ଡ଼ ଠାରେ ଝିପି ଝିପି ବର୍ଷାରେ ଧାନକ୍ରୟର ଶୁଭାରମ୍ଭ କଲେ ଜିଲ୍ଲାପାଳ

0
33
ଆରଏମସି ମାର୍କେଟୟାର୍ଡ଼

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୭/୧୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ଅଧିନସ୍ତ ଆରଏମସି ପରିସରରେ ବିନିକା ସେବା ସମବାୟ ସମିତି ଓ ଜୟମାଁ ତୁଲସୀ ମହିଲା ସ୍ବୟ ସହାୟକ ଗୋଷ୍ଠୀ ଦ୍ବାରା ଧାନ ବିକ୍ରି ନିମନ୍ତେ ରେଜିଷ୍ଟ୍ରିଭୁକ୍ତ ଚାଷୀ ମାନଙ୍କ ଠାରୁ ସରକାରୀ ସହାୟକ ମୁଲ୍ୟରେ ଧାନ କିଣା ହେବ ।Whatsapp Image 2023 12 08 At 11.22.35

ଝିପି ଝିପି ବର୍ଷାରେ ଛତା ଘୋଡିହୋଇ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁଜା ଆର୍ଚ୍ଚନା କରି ନଡ଼ିଆ ବାଡ଼େଇ ଧାନ କ୍ରୟ କାର୍ଯ୍ୟକ୍ରମକୁ ଗତ କାଲି ଉଦ୍ଘାଟନ କରିଥିଲେ । ପ୍ରଥମେ ବିନିକା ପେସ୍ଖ ରେ ଲୋକନାଥ ଦଣ୍ଡସେନା, ପ୍ରେମରାଜ ସେଠୀ ଓ ବିଦ୍ୟାଧର ପାଣିଗ୍ରାହିଙ୍କ ଠାରୁ ୧୮୨ କ୍ବିଣ୍ଟାଳ.୮୦ କେଜି ଅର୍ଥାତ ୪୪୨ ପାକେଟ ଧାନ କ୍ରୟ କରାଯାଇଥିଲା ଓ ଜୟମାଁ ତୁଲସି ମହିଲା ସ୍ବୟ ସହାୟକ ଗୋଷ୍ଠୀ ୫ ଜଣ ଚାଷୀଙ୍କ ଠାରୁ ୩୫୩ କ୍ବିଣ୍ଟାଳ ୬୪ କେଜି ଅର୍ଥାତ ୮୩୦ ପାକେଟ ଧାନ କ୍ରୟ କରିଯାଇଥିବା ଉଭୟ କ୍ରୟ ସଂସ୍ଥା ଙ୍କ ଠାରୁ ସୁଚନା ମିଲିଛି ।

ଅନ୍ୟମାନଙ୍କ ଅଧ୍ୟରେ ଜିଲ୍ଲା ଯୋଗାଣ ଅଧୁକାରୀ ସୁରେଶ ପାଣିଗ୍ରାହି, ସୋନପୁର ଏଆରସିଏସ ପାଣୁ ଚରଣ ସାହୁ, ବିନିକା ତହସିଲଦାର ସୀତାରାମ ଭୋଇ, ବିନିକା ବିଡ଼ିଓ ପ୍ରମୋଦ ମେହେର, ମହିଳା ମିଶନ ଶକ୍ତି ଅଧୁକାରୀ ବିଶ୍ବଜିତ ପରିଡ଼ା, ଚାଷୀନେତା ସର୍ଜନ ପଣ୍ଡା, ସୋନପୁର ଅତିରିକ୍ତ ସିଏସଓ ଯୋଗେଶ୍ବର ସାଇ, ସୋନପୁର ସଦର ଏସିଏସଓ ରେବତୀ ସିଂ ନାଏକ, ଏସିଏସଓ ପ୍ରଭାତ ଦାଶ, , ଡ଼ୁଙ୍ଗୁରିପାଲି ଆରଏମସି ସମ୍ପାଦକ ଉଦିତ କୁମାର ବାବୁ, ସୋନପୁର କୋପରେଟିଭ ଇନସ୍ପେକ୍ଟର ପ୍ରଶାନ୍ତ ବରାଲ, ବିନିକା ସପ୍ଳାଏ ଇନସ୍ପେକ୍ଟର ପିଙ୍କୁ ଭୋଇ, ବିନିକା ପ୍ରାଥମିକ କୃଷି ସେବା ସମବାୟ ସମିତି ସଭାପତି ଆନନ୍ଦ କୁମାର ବାବୁ, ସମ୍ପାଦକ ପ୍ରଶାନ୍ତ କୁମାର ନାୟକ, ବିନିକା ଜୟ ମା ତୁଳସୀ ଏସଏଚଜି ସଭାପତି ଜୟଶ୍ରୀ ବାବୁ, ସମ୍ପାଦକ ଅନୁପମା ଷାଣ୍ଢ, ଆରଏମସି କର୍ମକର୍ତ୍ତା – ଶରତ କୁମାର ତ୍ରୀପାଠୀ, ଅଶୋକ ପାଣ୍ଡେ, ସୁମନ୍ତ ନାଏକ, ବଳଦେବ ବଡ଼ାଇ, ବ୍ରଜ ବିହାରି ବାଗ ସମେତ ସମସ୍ତ ଏସଏଚଜି ମହିଲା କର୍ମକର୍ତ୍ତା ଓ ବିନିକା ପେସ୍କ ସମସ୍ତ ଡ଼ାଇରେକ୍ଟର, କର୍ମକର୍ତ୍ତା ଓ ଚାଷୀ ବୃନ୍ଦ ଉପସ୍ଥିତ ଥିଲେ ।