କନ୍ଧମାଳ ଜିଲ୍ଲାର ଜନଜାତି ପିଲାମାନଙ୍କ ସ୍ୱାସ୍ଥ୍ୟ ଶିକ୍ଷା ଓ ସଚେତନ ଶିବିର କାର୍ଯ୍ୟକ୍ରମ

0
51
କନ୍ଧମାଳ ଜିଲ୍ଲାର ଜନଜାତି

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୦୮/୧୧) : ଆଜି ତା.ଗୁରୁବାର ଦିନ KIIT ଭୁବନେଶ୍ୱର ପକ୍ଷରୁ କନ୍ଧମାଳ ଜିଲ୍ଲାର ଜନଜାତି (ST) ପିଲାମାନଙ୍କର ସର୍ବାଙ୍ଗୀନ ଉନ୍ନତି ସ୍ୱାସ୍ଥ୍ୟ ପ୍ରକଳ୍ପର ଏକ ସ୍ୱାସ୍ଥ୍ୟ ଶିକ୍ଷା ଓ ସଚେତନ ଶିବିର କାର୍ଯ୍ୟକ୍ରମ ରାଇକିଆସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।Whatsapp Image 2023 12 08 At 11.29.24

ଓଡିଶା ବିଧାନସଭାର ଉପବାଚସ୍ପତି ଶ୍ରୀଯୁକ୍ତ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ଛାତ୍ରୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ହିଁ ସମ୍ପଦ ବିଷୟରେ ପ୍ରାଞ୍ଜଳ ଅଭିଭାଷଣ ଦେଇଥିଲେ ଏବଂ ଜନଜାତି ପିଲା ମାନଙ୍କର ଉନ୍ନତ ସ୍ୱାସ୍ଥ୍ୟ ଉପରେ ପ୍ରମୁଖଭାବେ ପ୍ରଫେସର ପ୍ରିୟବ୍ରତ ଦାସଙ୍କ ସହ ୩୪ ଜଣ ଡାକ୍ତର ଓ ପ୍ରଫେସରବୃନ୍ଦ ଯୋଗ ଦେଇ ସ୍ୱାସ୍ଥ୍ୟ ଶିକ୍ଷା ଓ ସ୍ୱାସ୍ଥ୍ୟ ସଚେତନତା ନେଇ ଶିକ୍ଷା ଦେଇଥିଲେ, କାର୍ଯ୍ୟକ୍ରମରେ ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ ଏବଂ ସହଯୋଗୀ ପ୍ରଫେସର ରୋଜାଲିନ ସାହୁ ଓ ପ୍ରଧାନ ଶିକ୍ଷକ ଶ୍ରୀ ଉମାକାନ୍ତ ସାମନ୍ତରାୟ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଓ ପ୍ରଶାସନଅଧିକାରୀ ଉପସ୍ଥିତ ଥିଲେ ।