ସୁବର୍ଣ୍ଣ ସୁନ୍ଦରୀ ପ୍ରତିଯୋଗୀତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
41
ସୁବର୍ଣ୍ଣ ସୁନ୍ଦରୀ ପ୍ରତିଯୋଗୀତା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୦୮/୧୨) : ସୁବର୍ଣ୍ଣ ସୁନ୍ଦରୀ ପ୍ରତିଯୋଗୀତା ପାଇଁ ସୋନପୁର ସହରରେ ଥିବା ଟ୍ରେଣ୍ଡି ଏକାଡେମୀ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଆସନ୍ତା ୨୪ ତାରିଖରେ ସୋନପୁର ସହରର ପୁରୁଣା କଲ୍ୟାଣରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ ସୁବର୍ଣ୍ଣ ସୁନ୍ଦରୀ ପ୍ରତିଯୋଗୀତା । ଜଣାଶୁଣା ପାଣିନୀ ପ୍ରାଜ୍ଞ ପ୍ରଡକ୍ସନ ଏବଂ ଆର.କେ ମିଡିଆର ମିଳିତ ଆନୁକୁଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ସାହିତ୍ୟ, ସଂସ୍କୃତି, ପରମ୍ପରା,ପର୍ଯ୍ୟଟନ, ଇତିହାସ.ଖାନାପିନା, ପୋଷାକ ଭଳି ଭିଭିନ୍ନ ବିଷୟକୁ ନେଇ ଦୁଇଟି ବର୍ଗରେ ଏହି ପ୍ରତିଯୋଗୀତା ଅନୁଷ୍ଟିତ ହେବ । ପ୍ରତିଯୋଗୀ ସୋନପୁର ଜିଲ୍ଲାର କିମ୍ବା ସୋନପୁର ଜିଲ୍ଲା ସହିତ ସମ୍ପର୍କ ରଖୁଥିବା ଝିଅ ଏବଂ ମହିଳା ଏହି ପ୍ରତିଯୋଗୀତାରେ ଭାଗନେଇ ପାରିବେବୋଲି ଆୟୋଜକ ସୂଚନା ଦେଇଛନ୍ତି । ପାଣିନୀ ପ୍ରାଜ୍ଞଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପ୍ରଥମ ପ୍ରସ୍ତୁତି ବୈଠକରେ ରବୀନ୍ଦ୍ର ହୋତା, ଅବିନାଶ ହୋତା, ସୁରେଶ ପ୍ରସାଦ ରଥ, ଶିିବରାଜ କମ୍ପ, ଆଶୁତୋଶ ପୂଝାରୀ, ରବୀନାରାୟାଣ ପାଢୀ,ଇରାଦତ ଖାନ, ନମୀତା ହୋତା, ରଂଜିତା ରାୟଗୁରୁ, ଲକ୍ଷ୍ମୀପ୍ରୀୟା ପାଣିଗ୍ରାହୀ, ଲିନାକ୍ଷି ଦାଶ, ସଙ୍ଗିତା ପାଢୀ, ଅଙ୍କିତା ରାୟଗୁରୁ,ଚେତନା ମେହେର, ସୁନିତା ମେହେର,ଆରୁଣି ତ୍ରିପାଠି ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ପ୍ରତିଯୋଗୀ କିଭଳି ଭାଗନେବେ ସେନେଇ ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା ।