ଡିଡ଼ିଙ୍ଗାପଦର ହତ୍ୟାକାଣ୍ଡ ରେ ସମ୍ପୃକ୍ତ ୬ ହତ୍ୟାକାରୀ ଗିରଫ

0
30
ଡିଡ଼ିଙ୍ଗାପଦର ହତ୍ୟାକାଣ୍ଡ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୦୮/୧୨) : ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଡିଡ଼ିଙ୍ଗାପଦର ହତ୍ୟାକାଣ୍ଡ ରେ ସମ୍ପୃକ୍ତ ୬ ହତ୍ୟାକାରୀଙ୍କୁ ଗିରଫ କରାଯାଇଥିବା ନେଇ ବୁଧବାର ଅପରାହ୍ନ ୪ ଟା ସମୟରେ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଡିଡ଼ିଙ୍ଗାପଦର ଗ୍ରାମ୍ୟ ଜଙ୍ଗଲ ନିକଟରୁ ପୋଲିସ ଜଣେ ଯୁବକଙ୍କ ଉଲଗ୍ନ ଶବ ଉଦ୍ଧାର କରିଥିଲା । ଘଟଣାର ତଦନ୍ତ କରାଯିବା ପରେ ଗୁଣିଆ ସନ୍ଦେହରେ ତିଲପଙ୍ଗା ଗ୍ରାମର ୬ ଜଣ ଯୁବକ ମିଶି ସେହି ଗ୍ରାମର ମଧୁ କହଁରଙ୍କୁ ଅପହରଣ କରିଥିଲେ । ପରେ ଡିଡ଼ିଙ୍ଗାପଦର ଗ୍ରାମ୍ୟ ଜଙ୍ଗଲ ନିକଟରେ ଆଣି ଏକ ଧାରୁଆ ଛୁରୀ ସାହାଯ୍ୟରେ ହତ୍ୟା କରିଥିବା ବୌଦ୍ଧ ସଦର ଥାନା ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ସୂଚନା ଦେଇଛନ୍ତି । ହତ୍ୟାକାଣ୍ଡରେ ସମ୍ପୃକ୍ତ ଯୁବକ ମାନଙ୍କ ଜଣେ ସମ୍ପର୍କୀୟଙ୍କ କିଛିଦିନ ତଳେ ମୃତ୍ୟୁ ହୋଇଥିଲା । ମଧୁ କହଁର ଗୁଣି ଗାରେଡି କରି ତାକୁ ମାରିଦେଇଥିବା ସନ୍ଦେହ କରି ପ୍ରତିଶୋଧ ପରାୟଣ ହୋଇ ଏହି ହତ୍ୟାକାଣ୍ଡ ଭିଆଇଥିବା ବୌଦ୍ଧ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ କହିଛନ୍ତି । ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଗୋଟିଏ କାର, ଗୋଟିଏ ବାଇକ, ଛୁରୀ, ୩ ଟି ମୋବାଇଲ ଜବତ କରିଛି ।