ଅରିଗାଁ ଧନୁଯାତ୍ରାର ଦ୍ଵିତୀୟ ସନ୍ଧ୍ୟା

0
43
ଅରିଗାଁ ଧନୁଯାତ୍ରାର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୮/୧୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅରିଗାଁ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ର ଆଜି ଦ୍ୱିତୀୟ ସନ୍ଧ୍ୟାରେ ଅରିଗାଁ କ୍ରିକେଟ ଖେଳପଡିଆ (ମଥୁରା) ଠାରେ ଦେବକୀ ବାସୁଦେବ ବିବାହ, ବିବାହ ସମୟରେ ଦୈବବାଣୀ ଶୁଣି ଯୁବରାଜ କଂସ ବିଚଳିତ ହୋଇ ନିଜ ପିତା ମହାରାଜା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ଯୁବରାଜ କଂସଙ୍କ ସିଂହାସନ ଆରୋହଣ ।Whatsapp Image 2023 12 09 At 08.09.58

ମଥୁରାରେ ମହାରାଜା କଂସଙ୍କ ରାଜତ୍ଵ ଆରମ୍ଭ , ଦେବକୀ ଓ ବାସୁଦେବଙ୍କୁ କରାଗୃହକୁ ପ୍ରେରଣ ଇତ୍ୟାଦି ଦୃଶ୍ୟ ଅଭିନୀତ ହୋଇଥିଲା । ଏଥିରେ ମହାରାଜା କଂସ ଭୂମିକାରେ ବିଶିଷ୍ଠ କଳାକାର ଭୁବନେଶ୍ୱର ପଧାନ ଅଭିନୟ କରୁଛନ୍ତି । ଗତକାଲି ରାତିରେ ଏହି ଧନୁଯାତ୍ରାକୁ ମୁଖ୍ୟ ଅତିଥି ଭାବେ ବିନିକା ଥାନା ଅଧିକାରୀ ସାରଙ୍ଗ ଧର ପାଣିଗ୍ରାହୀ ଯୋଗଦେଇ ନଡ଼ିଆ ଭାଙ୍ଗି ଫିତା କାଟି ଉଦଘାଟନ କରଥିଲେ । ଏଥିରେ ଧନୁ ଯାତ୍ରା କମିଟିର ସଭାପତି ବିଶ୍ୱମ୍ଭର ମିଶ୍ର, ଗାଁ’ର ଗନ୍ତିଆ ସୁ୍ଘୋଷ ମିଶ୍ର, ପ୍ରତାପ ମିଶ୍ର,  ଆକାଶ ନାଇକ, ସୁବଳ କଳିତା, ମୁକେଶ କର୍ମୀ, ବିକାଶ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।