ଭବାନୀପାଟଣା ଠାରେ ନୂଆ (ନୂତନ ଉନ୍ନତ ଅଭିଳାଷ) ଓଡ଼ିଶା ଯୋଜନା ର ଶୁଭାରମ୍ଭ

0
31
ଭବାନୀପାଟଣା ଠାରେ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୦୮/୧୨) : କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ର ଅଶ୍ଵାନ ସଭାଗୃହ ରେ ନୂଆ (ନୂତନ ଉନ୍ନତ ଅଭିଳାଷା) ଓଡିଶା ଯୋଜନାର ଶୁଭାରମ୍ଭ ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।Whatsapp Image 2023 12 08 At 19.38.36

ଏହି ଯୋଜନାର ଶୁଭାରମ୍ଭ ଭୁବନେଶ୍ୱରରୁ ମାନ୍ୟବର ମନ୍ତ୍ରୀ ଦକ୍ଷତା ବିକାଶ ଶ୍ରୀଯୁକ୍ତ ପ୍ରୀତି ରଞ୍ଜନ ଘଡ଼ାଇ ଙ୍କ ଦ୍ୱାରା ଭିଡ଼ିଓ କନଫରେନସିଙ୍ଗ ମାଧ୍ୟମରେ କରାଯାଇ ଥିଲା । ଏଥିରେ ଦକ୍ଷତା ବିକାଶ ବିଭାଗ ର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ, ନିର୍ଦେଶକ ଶ୍ରୀ ରେଘୁ ଜି ଏବଂ ଦକ୍ଷତା ବିକାଶ ବିଭାଗ ର ଅନ୍ୟାନ୍ୟ କର୍ମକର୍ତା ମାନେ ଯୋଗ ଦେଇଥିଲେ । ଏହି ଯୋଜନା ମାଧ୍ୟମରେ ୧ ଲକ୍ଷ ଯୁବକ ଯୁବତୀ ମାନଙ୍କୁ ଅତ୍ୟାଧୁନିକ ଦକ୍ଷତା ବିକାଶ ତାଲିମ ପ୍ରଦାନ କରି ନିଯୁକ୍ତିକ୍ଷମ କରାଇବାର ଲକ୍ଷ ରଖାଯାଇଛି । ଏହା ବ୍ୟତୀତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଗୁଡିକର ରୂପରେଖ ପ୍ରସ୍ତୁତି ପାଇଁ ଜିଲ୍ଲା ମାନଙ୍କୁ ନୂଆ ଓଡିଶାରେ କ୍ଷମତା ପ୍ରଦାନ କରାଯାଇଛି ।

ଏଥିରେ କଳାହାଣ୍ଡି ଜିଲ୍ଲାରେ ବେଦାନ୍ତ ଆଲୁମିନା ସହଭାଗିତା ରେ ଚଳିତ ଆର୍ଥିକ ବର୍ଷରେ ୧୫୦ ଜଣ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ, କଳାହାଣ୍ଡି ଜିଲ୍ଲା ର ଆଗାମୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ଦିଶାନିର୍ଦେଶ ବିଷୟରେ ଉଦ୍ବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ଦକ୍ଷତା ବିକାଶ ଏବଂ ନିଯୁକ୍ତି କାର୍ଯ୍ୟାଳୟ ଦ୍ୱାରା ପରିଚାଳିତ ହୋଇଥିଲା । ଏଥିରେ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ଅଜିତ କୁମାର ଉତ୍ତରାୟ, ସରକାରୀ ପଲିଟେକ୍ନିକର ଅଧ୍ୟକ୍ଷ ଶ୍ରୀ ଅମୁଲ୍ୟ ପଣ୍ଡା, ଶ୍ରୀ ସୁଯୋଗ୍ୟ ମିଶ୍ର, ବେଦାନ୍ତ ତରଫରୁ ଶିଶିର ତରଫଦର, ଅଭିନୟ ପ୍ରତାପ ଓ ୫୦ ଜଣ ପ୍ରଶିକ୍ଷାର୍ଥୀ ଯୋଗ ଦେଇଥିଲେ ।