ଅଦିନିଆ ବର୍ଷା ଯୋଗୁଁ ମାଣ୍ଡିଆ ଚାଷ ପ୍ରଭାବିତ, ଚିନ୍ତାରେ ମାଣ୍ଡିଆ ଚାଷୀ

0
40
ଅଦିନିଆ ବର୍ଷା

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୯/୧୨) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସିଣ୍ଡୋଲ ପଞ୍ଚାୟତର ମାଟୁପାଲି ମୌଜାରେ ଚଳିତ ବର୍ଷ ଓଡିଶା ମିଲେଟ ମିଶନ ତରଫରୁ ପ୍ରଧାନ କରାଯାଇଥିବା ମାଣ୍ଡିଆ, ବାଜରା ଓ ଜଂଜାଲା ଚାଷ ହୋଇଥିଲା ।Whatsapp Image 2023 12 09 At 18.36.06

ହେଲେ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ କ୍ଷୟ କ୍ଷତି ହୋଇଥିବା ଚାଷୀ କହିଛନ୍ତି । ଅଦିନିଆ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ।ନୀଳାଞ୍ଚଳ ବ୍ରହ୍ମଚାରିଙ୍କୁ ୧.୫ ଏକର ଜମିରେ ମାଣ୍ଡିଆ ପାଣିରେ ନଷ୍ଟ ହୋଇଯାଇଛି । ଠିକ ସେହିପରି ମସ୍ତରାମ ମାଝୀଙ୍କ ବାଜରା ଖେତରେ ପାଣି ଜମି ଯାଇଛି । ଯାହା ଫଳରେ ଚାଷୀମାନେ ହତାଶ ହୋଇଯାଇଛନ୍ତି । ସରକାର ତୁରନ୍ତ ଏହି ଅଞ୍ଚଳକୁ ପ୍ରତିନିଧି ପଠାଇବାକୁ ଚାଷୀମାନେ ଦାବି କରିଛନ୍ତି ।