ବାଲିଯାତ୍ରାରେ ମହାଦୁର୍ନୀତି, ଦୁଇଟି ତୋରଣ କରି ଲୁଟିନେଲେ ୩୨ ଲକ୍ଷ

0
26
ବାଲିଯାତ୍ରାରେ ମହାଦୁର୍ନୀତି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୦୯/୧୨) : ସରିଛି କଟକର ଐତିହାସିକ ବାଲିଯାତ୍ର । ଆଉ ବାଲିଯାତ୍ରରେ ହୋଇଛି ଆଖିବୁଜା ଦୁର୍ନୀତି

ଦୁର୍ନୀତି କିପରି ହୋଇଛି ତା ଉପରେ ଟିକେ ନଜର ପକେଇଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଥରେ ନଜର ପକାନ୍ତୁ ବାଲିଯାତ୍ରାରେ ହୋଇଥିବା ଅସ୍ଥାୟୀ ତ୍ୱରଣ ଉପରେ । ଗୋଟିଏ ନେତାଜୀ ସେତୁ ନିକଟ ବେଲଭ୍ୟୁ ଛକରେ ଆଉ ଗୋଟିଏ ନଖରା ପାଖ ବାମ୍ଫକୁଦ ନିକଟରେ ହୋଇଛି । କେବଳ ବାଉଁଶ, ଫ୍ଲେକ୍ସ ଓ କାଗଜ ବୋର୍ଡରେ ତିଆରି କରି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା । ଗୋଟିଏ ତୋରଣ ପାଇଁ ୧୬ ଲକ୍ଷ ଟଙ୍କା ଅର୍ଥାତ ୨ଟି ତୋରଣ ପାଇଁ ୩୨ ଲକ୍ଷ ଟଙ୍କା ଟେଣ୍ଡର ମାଧ୍ୟମରେ ଧାର୍ଯ୍ୟ ହୋଇଛି । କେବଳ ସେତିକି ନୁହେଁ ୯୬ ଲକ୍ଷ ଟଙ୍କା ବ୍ୟୟରେ ସିଏମସି ପକ୍ଷରୁ କନସେପ୍ଟ କମ୍ୟୁନିକେସନ ନାମକ ସଂସ୍ଥାକୁ ବାଲିଯାତ୍ରାରେ ଲେଜର ସୋ ପାଇଁ ଟେଣ୍ଡର ଦିଆଯାଇଥିଲା । ଏକ ପ୍ରୋଜେକ୍ଟର ଲଗେଇ ଲେଜର ସୋ କରାଯାଇଥିଲା, ଲୋକେ ଅସନ୍ତୋଷ ପ୍ରକାଶ କରିବାକୁ ପୁଣି ଦୁଇ ଦିନରେ ବନ୍ଦ କରାଯାଇଥିଲା ।

ସେହିପରି ୨୭ ଲକ୍ଷ ଟଙ୍କାର ଆତସବାଜି ଫୁଟାଇବା ପାଇଁ ବଜେଟ ହୋଇଥିଲା । ପ୍ରତିଟି କାମରେ ଜଳଜଳ ହୋଇ ଦିଶୁଛି ଦୁର୍ନୀତି । ଯାହାକୁ ନେଇ କଂଗ୍ରେସ କର୍ପୋରେଟର ମାନେ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି । ଏପଟେ ବିଜେପି ମଧ୍ୟ ସିବିଆଇ ତଦନ୍ତ ଦାବି କରିଛି । କେବଳ ସେତିକି ନୁହେଁ କିଛି ବିଜେଡି ନେତା ମଧ୍ୟ ଆରଡିସିଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇ ତଦନ୍ତ ଦାବି କରିଛନ୍ତି । ଚଳିତ ବର୍ଷ ବାଲିଯାତ୍ରା ପାଇଁ ସିଏମସି ପକ୍ଷରୁ ବିଭିନ୍ନ କାମ ପାଇଁ ମୋଟ ୪.୫ କୋଟି ଟଙ୍କାର ବଜେଟ ରଖାଯାଇଥିଲା । ବିଭିନ୍ନ କାମ ପାଇଁ ଟେଣ୍ଡର ମଧ୍ୟ ଡକାଯାଇଥିଲା । ତେବେ ଟେଣ୍ଡର ପ୍ରକ୍ରିୟାର ମୁଖ୍ୟ ଦାୟିତ୍ବରେ ଥିଲେ ନିକଟରେ ବଦଳି ହୋଇଥିବା ସିଏମସିର ନିର୍ବାହୀ ଯନ୍ତ୍ରୀ ଦିବ୍ୟରଞ୍ଜନ ତ୍ରିପାଠୀ । ବାଲିଯାତ୍ରା ଦୁର୍ନୀତି କଥା ସାମ୍ନାକୁ ଆସିବାରି ତରବରିଆ ଭାବେ ମେୟର ଏକ ବାଲିଯାତ୍ରା ତଦନ୍ତ କମିଟି ଗଠନ କରିଛନ୍ତି ।

କମିଟିରେ ଟେଣ୍ଡର ପ୍ରକ୍ରିୟା କରାଇଥିବା ନିର୍ବାହୀ ଯନ୍ତ୍ରୀ ଦିବ୍ୟରଞ୍ଜନ ତ୍ରିପାଠୀଙ୍କୁ ସାମିଲ କରିବାକୁ ନେଇ ଖୋଦ ବିଜେଡି କର୍ପୋରେଟର ତଥା ୱାର୍କସ କମିଟି ମୁଖ୍ୟ ପ୍ରଦୀପ୍ତ ଖୁଣ୍ଟିଆ କହିଛନ୍ତି ଚୋର ହାତରେ ଚାବି କାଠି ଧରାଇଛନ୍ତି ମେୟର । ପୂର୍ବ ବର୍ଷ ବଲିଯାତ୍ରରେ ମଧ୍ୟ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ତେବେ ତେବେ ଦେଖିବାକୁ ବାକିରହିଲା ତଦନ୍ତ ଦିଗ କୋଉ ମୋଡ଼ ନେଉଛି । ତାହା ଆଗମୀ ଦିନରେ ଜଣାପଡିବ ।