ବାରହା ପାଇଁ ବିଛା ଯାଇଥିଲା ଜାଲ,ଫାସରେ ପଡ଼ିଗଲେ ୨ନାବାଳକ

0
30
ବାରହା ପାଇଁ ବିଛା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁବର୍ଣ୍ଣପୁର, (୧୦/୧୨) : ବାରହା ଶିକାର ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ନାବାଳକ ପୁଅ ଓ ପୁତୁରା ଜୀବନ । ଦୁର୍ଘଟଣାରେ ବାପା ଗୁରୁତର ଆହତ ହୋଇଛନ୍ତି ।

ଏପରି ଦୁଃଖଦ ଘଟଣା ଗତକାଲି ବିଳମ୍ବିତ ରାତ୍ରିରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ହାତିଲିମୁଣ୍ଡା ଜଙ୍ଗଲରେ ଘଟିଛି । ମୃତ ଦୁଇ ନାବାଳକ ହେଲେ ସିଂହପାଲି ଗାଁ’ର ନବୀନ ଡୁଙ୍ଗଙ୍କ ପୁଅ ଜିତ ଡୁଙ୍ଗ ଓ ନବୀନଙ୍କ ପୁତୁରା ରମେଶ ଡୁଙ୍ଗ । ନବୀନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ହାତିଲିମୁଣ୍ଡା ଜଙ୍ଗଲରେ ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଯାଇଥିଲା । ଏହି ବିଦ୍ୟୁତ ତାର ସଂସ୍ପର୍ଶରେ ଜିତ ଓ ରମେଶ ଆସି ଯାଇଥିଲେ । ନବୀନ ତାଙ୍କୁ ଉଦ୍ଧାର କରିବାକୁ ସେ ମଧ୍ୟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ ।

ସ୍ଥାନୀୟ ଲୋକେ ପହଞ୍ଚି ଲାଇନ କାଟି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ସମସ୍ତଙ୍କୁ ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।ସେଠାରେ ଡାକ୍ତର ଜିତ୍ ଓ ରମେଶଙ୍କୁ ମୃତ ଘୋଷଣା କରିଥିବା ବେଳେ ନବୀନଙ୍କ ଅବସ୍ଥା ଗୁରୁତର ରହିଛି । ତେବେ କେଉଁ ପରିସ୍ଥିତିରେ ଏଭଳି ଏକ ଅଘଟଣ ଘଟିଲା ତାର କାରଣ ଅସ୍ପଷ୍ଟ ରହିଛି । ଉଲୁଣ୍ଡା ପୁଲିସ ୨ଟି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପା‌ଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି ।