ବିଦ୍ୟୁତ ତାରରେ ଲାଗି ଦୁଇ ନାବାଳକ ମୃତ, ଜଣେ ଗୁରୁତର

0
32
ବିଦ୍ୟୁତ ତାରରେ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୧୦/୧୨) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଚଡାଇପଙ୍କ ପଞ୍ଚାୟତର ସିଂହପାଲି ଗାଁ ନିକଟ ଜଙ୍ଗଲକୁ ଦୁଇଜଣ ନାବାଳକ ଛେଳି ଚରାଇଯାଇଥିଲେ ।

ଗୋଟିଏ ଛେଳି ହଜିଥିବାରୁ ସେ ଜଙ୍ଗଳକୁ ଖୋଜିଯାଇଥିଲେ । ଦୁବୃର୍ତ୍ତମାନେ ବରହା ଜନ୍ତୁଶିକାର ପାଇଁ ବିଛାଯାଇଥିବା ତାରରେ ଲାଗି ଦୁଇ ଜଣ ନାବାଳକଙ୍କ ମୃତ୍ୟୁ ଓ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ମୃତ ନାବାଳକ ଦ୍ଵୟ ହେଲେ ରମେଶ ବୋର୍ (୧୩), ଚୁଟୁ ଡୁମଡୁମ (୧୨) ଓ ଆହତ ଜଣକ ନବୀନ ଡୁମଡୁମ (୫୦) । ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ନାବାଳକ ମୃତ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ପରିବାର ଲୋକେ ଉଦ୍ଧାର କଲା ପରେ ଆମ୍ବୁଲାନ୍ସ ଯୋଗେ ଉଲୁଣ୍ଡା ଡାକ୍ତରଖାନା ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ଚିକିତ୍ସା କଲା ପରେ ଦୁଇ ନାବାଳକ ଦ୍ଵୟଙ୍କୁ ମୃତ ଘୋଷଣା କରିଥିଲେ । ବାରମ୍ବାର ଏଭଳି ଘଟଣା ଘଟୁଥିବା ସତ୍ୱେ ବନବିଭାଗ ତତ୍ପରତା ରହୁ ନାହିଁ ।

ଆଉ ଜଣେ ଗୁରୁତର ଅବସ୍ଥାରେ ଉଲୁଣ୍ଡା ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ବାରମ୍ବାର ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ଘଟଣାସ୍ଥଳରେ ବନବିଭାଗ ଓ ପୋଲିସ ବିଭାଗ ପହଞ୍ଚି ତଦନ୍ତ କରୁଛନ୍ତି । ଅତିଶୀଘ୍ର ଦୋଷୀକୁ ଗିରଫ କରାଯିବ ବୋଲି ଏସଡିପିଓ ବାସୁଦେବ ଛତ୍ରିଆ ସୂଚନା ଦେଇଛନ୍ତି । ଗାଁ’ରେ ଦୁଇ ନାବାଳକଙ୍କ ଶବ ସଂସ୍କାର କରାଯାଇଛି । ଗାଁ’ରେ ଶୋକର ଛାୟା ଖେଳିଯାଇଛି ।