ଗୋମାଂସ ବୋଝେଇ କଣ୍ଟେନର ଜବତ

0
31
ଗୋମାଂସ ବୋଝେଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // 

ଖୋର୍ଦ୍ଧା, (୧୦/୧୨) : ଗୋମାଂସ ବୋଝେଇ କଣ୍ଟେନର ଜବତ । କଣ୍ଟେନର ଗାଡିରେ ଗୋମାଂସ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ବେଳେ ବିଳମ୍ବିତ ରାତିରେ ୧୬ନମ୍ବର ଜାତୀୟ ରାଜପଥ ଗୋଳବାଇ ଛକ ନିକଟରୁ ଜବତ ହୋଇଛି । 

ଖୋର୍ଦ୍ଧା ପଟୁ ବାଲୁଗାଁ ପଟକୁ କଣ୍ଟେନରଟି ଯାଉଥିବା ବେଳେ ହିନ୍ଦୁ ସଂଗଠନର ସଦସ୍ୟ ମାନେ ଗାଡିଟିକୁ ପିଛା କରି ଥିଲେ କଣ୍ଟେନର ଡ୍ରାଇଭର ଗାଡିଟିକୁ ରାସ୍ତା କଡରେ ଛାଡି ଫେରାର ହୋଇଯାଇଥିଲା । ପରେ ହିନ୍ଦୁ ସଂଗଠନର ସଦସ୍ୟ ମାନେ ଘଟଣା ସ୍ଥଳରେ ଗାଡିଟିକୁ ଅଟକ ରଖି ପୋଲିସକୁ ସୂଚନା ଦେବାରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିଟିକୁ ଜବତ କରି ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ।