ଭାରତୀୟ ଜନତା ପାର୍ଟି ତରଫରୁ ବିଷମ କଟକ ବ୍ଲକ ଘେରାଉ

0
51
ଭାରତୀୟ ଜନତା ପାର୍ଟି

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୧୧/୧୨) : ରାୟଗଡ଼ା ଜିଲ୍ଲା ବିଷମ କଟକ ଠାରେ ଗୌତମ ଉଲ୍ଲାକାଙ୍କ ନେତୃତ୍ୱରେ ବିଜେପି ତରଫରୁ ବ୍ଲକ୍ ଘେରାଉ ସହ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ହିତ ନିମନ୍ତେ ୧୯ ଦଫା ଦାବି ପତ୍ର ବିଷମ କଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସଦାଶିବ ନାୟକଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ପ୍ରେରଣ କରାଗଲା ।

ଏହି ଦାବି ପତ୍ରରେ ବ୍ଲକର ଭୂମିହିନ ଗରିବଙ୍କୁ ଜଙ୍ଗଲ ଜମି ପ୍ରଦାନ, ମନରେଗା ଯୋଜନାରେ ୨୦୦ ଦିନର କାମ ଯୋଗାଇ ଦେବା ବ୍ୟବସ୍ଥା, ବେରୋଜଗାର ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ବେକାରୀ ଭତ୍ତା ବାବଦକୁ ମାସିକ ୫୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବା, ଜମିହୀନ ପରିବାରଙ୍କୁ ଚିହ୍ନଟ କରି ଜଣଙ୍କୁ ଚାରି ଡିସିମିଲି ଜମି ପ୍ରଦାନ, ଶୀତଳଭଣ୍ଡର ସ୍ଥାପନ, ବ୍ଲକରେ ଚାଷୀ ମାନଙ୍କ ପାଇଁ ଜଳ ଯୋଗାଣର ସୁବିଧା କରାଯିବା, ବ୍ଲକରେ ଜାତୀୟ କରଣ ବ୍ୟାଙ୍କ ୧୦ ଗୋଟି ଖୋଲାଯିବା, ବ୍ଲକର ଚାଷୀ ମାନଙ୍କୁ ଠିକ୍ ସମୟରେ ବିହନ ଯୋଗାଇ ଦିଆଯିବା, ବିଷମକଟକ ବ୍ଲକରେ ଉତ୍ତମ ସ୍ବାସ୍ଥ୍ୟ ନିମନ୍ତେ ଆବଶ୍ୟକତା ଅନୁଯାୟୀ ଡାକ୍ତର ଯୋଗାଇ ଦିଆଯିବା, ପ୍ରତ୍ୟକ ଗ୍ରାମରେ ସୋଲାର ଏବଂ ଷ୍ଟ୍ରିଟ ଲାଇଟ ଯୋଗାଇ ଦିଆଯିବା, ଏଷ୍ଟି ଏସସି ମାନଙ୍କୁ ଯେଉଁ ଆବାସିକା ପ୍ରମାଣ ପତ୍ର ପ୍ରଦାନ କରାଯାଉଛି ତାକୁ ବନ୍ଦ କରି ସ୍ଥାୟୀ ବାସିନ୍ଦାର ପ୍ରମାଣ ପତ୍ର ପ୍ରଦାନ କରାଯିବା ।

ପ୍ରତ୍ୟୋକ ଗୋ ପାଳନ ହିତାକାରୀଙ୍କୁ ଚୟନ କରି ଗୋଶାଳା ଯୋଗାଇ ଦିଆଯିବା, ବ୍ଲକର ସମସ୍ତ ମଦଭାଟି ସବୁ ବନ୍ଦ କରାଯିବା, ପ୍ରତ୍ୟକ କାର୍ଯ୍ୟରେ ୩୦% ପିସି ବନ୍ଦ କରାଯିବା, ବ୍ଲକରେ କୃଷକ ବଜାର ଖୋଲାଯିବା, ବ୍ଲକର ନୀଳଗିରି ଚାଷୀ ମାନଙ୍କୁ ଉଚିତ ମୂଲ୍ୟ ଦିଆଯିବା, ବ୍ଲକର ପ୍ରତ୍ୟୋକ ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯିବା, ୩୦ ତ୍ରୀସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ ଥିବା ସମସ୍ତ ବିଷୟକୁ ଗ୍ରାମ ଓ ଗ୍ରାମପଲି ଦ୍ବାରା ପାରିତ କରାଯିବା, ବ୍ଲକରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ କରାଯିବା ଦାବିପତ୍ରରେ ଉଲ୍ଲେଖ ରହିଛି । ଉକ୍ତ କାର୍ଯ୍ୟକ୍ରମରେ ଗୌତମ ଉଲ୍ଲାକାଙ୍କ ସମେତ ରହିତ ଦଣ୍ଡସେନା, ବାଦଲ ରଣା, ଶୁଭମ ପାଢ଼ୀ, ଦୁର୍ଯ୍ୟଧନ ପାଳ, ସର୍ବେଶ୍ୱର ସୁନା, ପଦ୍ମନାଭ ଉର୍ଲାକା, ଲକ୍ଷ୍ମଣ କୁମ୍ବୃକା, ରାମଦାସ ଉର୍ଲାକା, ପ୍ରଶାନ୍ତଙ୍କ ସହ ଶତାଧିକ କର୍ମୀ ଯୋଗ ଦେଇଥିଲେ ।