ପ୍ରଶାସନର ଅମାନବୀୟ ଉଛେଦ ପ୍ରକ୍ରିୟାକୁ କଂଗ୍ରେସର ନିନ୍ଦା

0
37
ପ୍ରଶାସନର ଅମାନବୀୟ

ରିପୋର୍ଟ : ନରୋତ୍ତମ ପାଢ଼ୀ
ମୁନିଗୁଡ଼ା, (୧୦/୧୨) : ରାୟଗଡ଼ା ଜିଲ୍ଲାର ବ୍ୟବସାୟୀ ନଗରୀ ମୁନିଗୁଡ଼ାରେ ବ୍ୟବସାୟୀଙ୍କୁ ଥଇଥାନ ନକରି ଉଛେଦ କରାଯାଉଥିବାରୁ ବ୍ଲକ କଂଗ୍ରେସ ତରଫରୁ ସଭାପତି ଶ୍ରୀଯୁକ୍ତ ନୀଳାମ୍ବର ବିଭାର ଘୋର ନିନ୍ଦା କରିଛନ୍ତି ।

ଆଜି ସନ୍ଧ୍ୟାରେ ଏକ ପ୍ରେସ ବିବୃତି ମାଧ୍ୟମରେ ସେ ମୁନିଗୁଡ଼ାରେ ଚାଲିଥିବା ଉଛେଦ ପ୍ରକ୍ରିୟା ସମ୍ପର୍କରେ ପ୍ରତିକ୍ରିୟା ରଖି କହିଥିଲେ ଆମେ ସରକାରଙ୍କ ବିକାଶ କାର୍ଯ୍ୟକୁ ବିରୋଧ କରୁନାହୁଁ କିନ୍ତୁ ବିକାଶ ନାଁରେ ଯେଉଁଭଳି ଭାବେ ସାଧାରଣ ଲୋକ ଓ ବ୍ୟବସାୟୀ ମାନଙ୍କୁ ଅତି ଅମାନବୀୟ ଭାବେ ବିନାଶ ପଥକୁ ଠେଲି ଦିଅ ଯାଉଛି,ସେମାନଙ୍କ ୫୦ବର୍ଷର ଜୀବନ ଜୀବିକାକୁ ଜିଲ୍ଲାପାଳ ଏବଂ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ଶ୍ରୀଯୁକ୍ତ ସୁଧୀର କୁମାର ଦାସଙ୍କ ଉପସ୍ଥିତିରେ ଯେପରି ଧ୍ଵଂସ କରି ଦିଆଯାଉଛି ତାର ଘୋର ନିନ୍ଦା କରୁଛି । ଯଦି ଆମ ଅଞ୍ଚଳର ମାନ୍ୟବର ବିଧାୟକ ତଥା ମନ୍ତ୍ରୀ ଚାହିଁଥାନ୍ତେ ତେବେ ବ୍ୟବସାୟୀ ମାନେ ଉଛେଦର ଶିକାର ହୋଇ ନଥାନ୍ତେ ।

ଏହି ଅସମୟରେ ସାଂସଦଙ୍କ ଭୂମିକା ବିଷୟରେ ପଚାରିବାରୁ ସେ କହିଥିଲେ ଏବେ ଶୀତ କାଳୀନ ଅଧିବେଶନ କାରଣରୁ ସାଂସଦ ଦିଲ୍ଲୀରେ ଅଛନ୍ତି ଏବଂ ରେଳ ମନ୍ତ୍ରୀଙ୍କ ସହ ଯୋଗାଯୋଗ ମଧ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିବା ଜଣାଇଥିଲେ । ପ୍ରକାଶ ଥାଉକୀ ପାଖାପାଖି ୧୫୦ ବ୍ୟବସାୟୀ ପ୍ରତିଷ୍ଠାନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ପୁରୁଣା ହନୁମାନ ମନ୍ଦିର ଠାରୁ ସାଇନ୍ ହୋଟେଲ ପର୍ଯ୍ୟନ୍ତ ବ୍ୟବସାୟୀ ମାନଙ୍କ ଦୋକାନ ଉଛେଦ କରାଯାଇଥିବା ବେଳେ ଗତକାଲି ୩୭ ଟି ଦୋକାନ ରେଳ ବିଭାଗ ତରଫରୁ ଭାଙ୍ଗି ଦିଆଯାଇଥିଲା । ଅବଶିଷ୍ଟ ଦୋକାନ ଗୁଡ଼ିକୁ ଆସନ୍ତା ୩୧ ତାରିଖରେ ଉଛେଦ କରିବାକୁ ଦିନ ଘୋଷଣା କରିଥିବା ଜଣାଯାଏ ।

ଆଜି କଂଗ୍ରେସ ତରଫରୁ ପ୍ରଶାସନର ଅମାନବୀୟ ଉଛେଦ ନୀତିକୁ ବିରୋଧ କରିବା ସହ ଆଗାମୀ ଉଛେଦ ପୂର୍ବରୁ ସମସ୍ତ ବ୍ୟବସାୟୀଙ୍କୁ ଥଇଥାନ କରିବା ପାଇଁ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ଅନ୍ୟଥା କଂଗ୍ରେସ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବାକୁ ବାଧ୍ୟ ହେବ ବୋଲି ସଭାପତି ଶ୍ରୀଯୁକ୍ତ ବିଭାର ଜଣାଇଥିଲେ । ଆଜି ସଭାପତି ପ୍ରେସ ବିବୃତି ଦେବା ସମୟରେ ତାଙ୍କ ସହିତ ମୁନିଗୁଡ଼ା ସରପଞ୍ଚ ସରସ୍ଵତୀ ଶବର, ବରିଷ୍ଠ କଂଗ୍ରେସ ନେତା ଚନ୍ଦ୍ରଶେଖର କୁଷୁଲିଆ, ରମେଶ ଚନ୍ଦ୍ର ପାଲାକା, ରଜନୀ ପୋଡ଼ାଲ, ଚିତ ମାଳିନୀ, ନାରାୟଣ ନାଗ, ସୁରେଶ କୁଶୁଲିଆ, ଦୂର୍ବାଦଳ କାଟା, ସୁବଳ ନାଗ, ଆନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।