ଟିଟିଲାଗଡ ବ୍ରାହ୍ମଣ ସମାଜର ନୁତନ କର୍ମକର୍ତ୍ତା ନିର୍ବାଚନ

0
32
ଟିଟିଲାଗଡ ବ୍ରାହ୍ମଣ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଟିଟିଲାଗଡ, (୧୦/୧୨) : ସ୍ଥାନୀୟ ଶ୍ର୍ରୀ ଜଗନ୍ନାଥ ମନ୍ଦିର ଠାରେ ଟିଟିଲାଗଡ ବ୍ରାହ୍ମଣ ସମାଜର ନୁତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।Whatsapp Image 2023 12 11 At 10.02.33 (1)

ଏହି ନିର୍ବାଚନରେ ଆଇନଜୀବି ସୁବୋଧ ଦାଶ ସଭାପତି, ରାମନାରାୟଣ ମିଶ୍ର ଉପ-ସଭାପତି , ଆଇନଜୀବି ତଥା ସାମ୍ବାଦିକ ସତ୍ୟବ୍ରତ ପଣ୍ଡା ସମ୍ପାଦକ, ଶୁକଦେବ ଯୋଷୀ ସହ-ସମ୍ପାଦକ ଏବଂ ରମାନାଥ ଖମାରୀ କୋଷାଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ରାଜେନ୍ଦ୍ର ନାରାୟଣ ମିଶ୍ର, ଚିନ୍ତାମଣି ମହାପାତ୍ର, ମୀନକେତନ ମିଶ୍ର, ଭକ୍ତପ୍ରସାଦ ପୁରୋହିତ, ବନମାଳୀ ଦାଶ ଓ ମାନସ ପାଣି କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ଏମାନଙ୍କ ବ୍ୟତୀତ ବିଶ୍ୱରାମ ଠାକୁର, ରାଜୀବ ଲୋଚନ ପାଢୀ , ଜଗନ୍ନାଥ ପଣ୍ଡା, ଯୁଗଳ କିଶୋର ଷଡଙ୍ଗୀ, ସୁଶୀଳ ମିଶ୍ର, ଭକ୍ତପ୍ରସାଦ ପାଢୀ, ସେବକ ଚରଣ ଦାଶ, ବୃନ୍ଦାବନ ପଣ୍ଡା ପ୍ରମୁଖ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ଏହି ନିର୍ବାଚନରେ ସହରର ଶତାଧିକ ବ୍ରାହ୍ମଣ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଖୁବଶିଘ୍ର ବ୍ରାହ୍ମଣ ସମାଜର ଏକ ସ୍ଥାୟୀ ଭବନ ନିର୍ମାଣ କରାଯିବ ବୋଲି ନବ ନିର୍ବାଚିତ ପଦାଧିକାରୀ ମାନେ ଜଣାଇଥିଲେ ।