ମନ୍ତ୍ରୀଙ୍କୁ ଆମ କ୍ୟାମେରା ଭୟ କି ? ବେଆଇନ୍ ଭାବେ ବନ୍ଦ ମଦ ଭାଟିରେ ପ୍ରସ୍ତୁତ ହେଉଛି ମଦ

0
29
ମନ୍ତ୍ରୀଙ୍କୁ ଆମ କ୍ୟାମେରା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୧/୧୨) : ଆୟକର ବିଭାଗ ପକ୍ଷରୁ ଚଢାଉ ନେଇ କ୍ରମାଗତ ଭାବେ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁଙ୍କ ମତ ନେବା ପାଇଁ ଆମେ ଚେଷ୍ଟା କରୁଥିଲେ ସୁଦ୍ଧା ସେ ଆମ କ୍ୟାମେରା ସାମ୍ନା କୁ ଆସୁ ନାହାନ୍ତି ।Whatsapp Image 2023 12 11 At 17.38.52 (1)

ଟିଟିଲାଗଡରେ ଯୋନ ସ୍ତରୀୟ ପ୍ରଶିକ୍ଷଣ ଶିବିରରେ ସେ ଯୋଗ ଦେଇଥିବା ବେଳେ ଦିନ ୨ ଟା ପରେ ଆମକୁ ସାକ୍ଷାତ କରି ମତ ଦେବେ ବୋଲି ତାଙ୍କ ପି ଏସ ଓ ସୂଚନା ଦେଇଥିଲେ । ନିକଟସ୍ତ ଗ୍ରାମ ରୁ କିଛି ମହିଳା ମଧ୍ୟ ତାଙ୍କୁ ଅପେକ୍ଷାରତ ଥିବା ଓ ସେ ଆସି କିଛି ସମୟ ରହି ଉକ୍ତ ମହିଳାଙ୍କୁ ସାକ୍ଷାତ କରି ଘର ଭିତରେ କରି ଥିବା ବେଳେ ତାଙ୍କ ପି ଏସ ଓ ଙ୍କ କାର୍ଯ୍ୟାଳୟରେ ଅପେକ୍ଷା କରିଥିବା ଜାଣି ସୁଦ୍ଧା ସେ ହଟାତ ବାହାରି ଚାଲିଯାଇଥିଲେ । ଯାହା ଆମେ ତାଙ୍କ ବାସଭବନ ଓ ତାଙ୍କ ଯିବା ଦୃଶ୍ୟ ସୁଟିଂ କରୁଥିଲୁ । ଜଗିରହି ଥିବା ସୁରକ୍ଷା କର୍ମୀ ଓ ପୋଲିସ୍ କର୍ମଚାରୀ ତଥା ତାଙ୍କ ପି ଏସ ଓ ମିଶି ମ୍ୟାଡମ ଫୋନ୍ କରି ମନା କରିଛନ୍ତି, ଆପଣ ଉକ୍ତ ବିଡିଓ ଡିଲିଟ କରନ୍ତୁ ବୋଲି କହିଥିଲେ । ଏପରିକି କ୍ରମାଗତ ଭାବେ ଆମେ ଫୋନ୍ ରେ ଓ ନିଜେ ତାଙ୍କ ପ୍ରତିକ୍ରିୟା ନେବା ପ୍ରୟାସ କରୁଥିବା ବେଳେ ସେ ନା,ନା ଆଳରେ ମୁଁହ ଲୁଚାଇବା ସାର ହେଉଛି ।

ପ୍ରକାଶ ଯେ, ଟିଟିଲାଗଡର ଏହି ନେହେରୁ ନଗର ରେ ଦୀର୍ଘ ବର୍ଷ ର ଦେଶୀ ମଦ ଭାଟି କୁ ସରକାରୀ ଭାବେ ବିଭିନ୍ନ ମହଲ ରୁ ବିରୋଧ ପରେ ବନ୍ଦ ଅଛି, ହେଲେ, ଟ୍ରକ, ଟ୍ରକ ମହୁଲପୋଚ ଆସୁଚି ଓ ମଦ ପ୍ରସ୍ତୁତ କରି ଚାଲାଣ କରାଯାଉଛି । ଏ ଭାଟି ପଛ ପଟେ ଏକ ନାମକୁ ମାତ୍ର ଦେଶୀ ଖୁଚୁରା ମଦ ଦୋକାନ ନାମରେ ମଦ ବିକ୍ରି ଚାଲିଛି । ଅନୁରୂପ ଭାବେ ସହର ରେ ବିଦେଶୀ ମଦ ଦୋକାନ ଥିବା ଏହି ସାହୁ ପରିବାର ର ଏହି ଦୋକାନ ରୁ ବେଆଇନ୍ ଭାବେ ବିଦେଶୀ ମଦ ବିଭିନ୍ନ ଅଞ୍ଚଳ କୁ ଚାଲାଣ କରାଯାଉଛି । ଆଖ,ପାଖ ଗ୍ରାମାଞ୍ଚଳକୁ ଏହି ଭଳି ଦେଶୀ, ବିଦେଶୀ ମଦ ବେଆଇନ୍ ଚାଲାଣ ବର୍ତ୍ତମାନ୍ ସୁଦ୍ଧା ଚାଲିଛି । ସ୍ଥାନୀୟ ବିଧାୟିକାଙ୍କ ଛତ୍ର ଛାୟା ତଳେ ଏହି କାରବାର ଖୋଲା, ଖୋଲି ଚାଲିବା ସ୍ପଷ୍ଟ ଅନୁମେୟ । ଏ ଚଢ଼ାଉ ଓ ବିଧାୟିକା ଙ୍କ ସଂପୃକ୍ତି ନେଇ ଏତେ ଦିନ ବିତି ସାରିଥିବା ବେଳେ ପ୍ରକୃତ ମତ ସେ କଣ ଦେବେ ତାହା ଉପରେ ନଜର ରହିଛି ।