ଛାତ୍ରଙ୍କ ଜ୍ଞାନ ଆହରଣ ପରିଦର୍ଶନ

0
35
ଛାତ୍ରଙ୍କ ଜ୍ଞାନ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୧୨/୧୨) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଶ୍ରୀ ଜଗନ୍ନାଥ ଏକାଡେମୀ କୋଟସମଲାଇ ହାଇସ୍କୁଲ ର ୩୪ ଜଣ ଛାତ୍ର ଜ୍ଞାନ କୌଶଳ ଆହରଣ ପରିଦର୍ଶନWhatsapp Image 2023 12 13 At 06.42.05

କୌଶଳ ଆହରଣ ନିମନ୍ତେ ବୀରମହାରାଜପୁର ସବଡିଭିଜନ ସ୍ଥିତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଯଥା ବିରମହାରାଜପୁର SDJM କୋର୍ଟ,ବିରମହାରାଜପୁର ଷ୍ଟେଟ ବ୍ୟାଙ୍କ, ଶିଳ୍ପ ତାଲିମ କେନ୍ଦ୍ର ଆଦି ପରିଦର୍ଶନ କରି କାର୍ଯ୍ୟଳୟ ର ନୀତି ନିୟମ ସମ୍ପର୍କରେ ଅବଗତି ହେବା ସହ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଅଞ୍ଚଳର ଐତିହାସିକ ପୀଠ ଗଧନେଶ୍ୱର ଶିବ ମନ୍ଦିର, ହନୁମାନବାଟୀକା, ଶନିମନ୍ଦିର, ଦୁର୍ଗା ମନ୍ଦିର ଓ ଚମ୍ପେଶ୍ୱର ମନ୍ଦିର ପରିଦର୍ଶନ କରିଥିଲେ । କାର୍ଯ୍ୟକ୍ରମକୁ ଏଡ଼ଭୋକେଟ ତଥା ଯୁବ ସମାଜସେବୀ ଇଂ. ଆଶ୍ରୟ ମହାନନ୍ଦ ପ୍ରଶଂସା ଓ ସହଯୋଗ କରିବା ସହିତ ଛାତ୍ରଛାତ୍ରୀଙ୍କୁ ଜୀବନର ପ୍ରତି କ୍ଷେତ୍ରରେ ସଫଳ ହେବା ପାଇଁ ଉତ୍ସାହିତ କରିଥିଲେ । ପରିଭ୍ରମଣ ଟି ବରିଷ୍ଠ ହିନ୍ଦୀ ଶିକ୍ଷକ ଅନିରୁଦ୍ଧ ପାଢ଼ୀ, ମୋ ସ୍କୁଲ ଅଭିଯାନ ସଭାପତି ନଳିନୀ କାନ୍ତ ବାଘ, ଶିକ୍ଷକ ଜ୍ଞାନପ୍ରକାଶ ଟପ୍ନ ଓ ସାନ ଡାଙ୍ଗ ପରିଚାଳନା କରିଥିଲେ ।