ପ୍ରକାଶ ମହାନ୍ତିଙ୍କ ଇସ୍ତଫାକୁ ନେଇ କୋଟପାଡ କଂଗ୍ରେସ ରାଜନୀତି ସରଗରମ

0
65
ପ୍ରକାଶ ମହାନ୍ତିଙ୍କ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧୩/୧୨) : କୋରାପୁଟ ଜିଲ୍ଲା କୋଟପାଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠନ ହେବା ଦିନ ଠାରୁ କଂଗ୍ରେସ ଗଡ଼ ଭାବେ ପରିଚିତ ଥିଲା ।

୧୯୯୦ ମସିହାରେ ଜନତା ଦଳ ତରଫରୁ ସଦନ ନାୟକ ଓ ୨୦୧୯ ମସିହାରେ ବିଜୁ ଜନତା ଦଳରୁ ଶ୍ରୀମତୀ ପଦ୍ମିନୀ ଦିଆନଙ୍କ ବ୍ୟତୀତ ଏହି ଆସନରେ କେବଳ କଂଗ୍ରେସ ହିଁ ଅକ୍ତିଆରରେ ରଖିଥିଲା, ହେଲେ ୨୦୧୪ ମସିହାରେ ପୂର୍ବତନ ବିଧାୟକ ବାସୁଦବ ମାଝିଙ୍କ ଦେହାନ୍ତ ପରେ ଦଳର ଠିକାଦାର ମାନେ ନେତା ହୋଇଗଲେ । ସେହି ସମୟଠାରୁ ସଂଗଠନ ଦୁର୍ବଳ ହେବାରେ ଲାଗିଲା । ଫଳରେ ୨୦୧୯ ନିର୍ବାଚନରେ ବିଧାୟକ ଓ ସାଂସଦଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡିଥିଲା । ସେବେ ଠାରୁ ଆଜି ପର୍ଯ୍ୟନ୍ତ ସଂଗଠନ ସୁଦୃଢ ହୋଇପାରୁ ନ ଥିବା ବେଳେ ଜିଲ୍ଲା କଂଗ୍ରେସ କମିଟି ଓ ପର୍ଯ୍ୟବେକ୍ଷକଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀଙ୍କ ଉପସ୍ଥିତିରେ ବ୍ଲକ ଓ ନଗର କଂଗ୍ରେସ କମିଟି ସଭାପତି ଚୟନ କରାଯାଇଥିଲା । କିନ୍ତୁ ବ୍ଲକ କଂଗ୍ରେସ କମିଟି ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କୁ କେତେକ ଠିକାନେତା ଓ ନିଜକୁ ଦଳର ଆଗ ଧାଡ଼ିଆ ନେତା ବୋଲାଉଥିବା କୁଜି ନେତା ମାନେ ସଭାପତି ପଦ ଛାଡିବା ପାଇଁ ଚାପ ପ୍ରୟୋଗ କରିଥିବାରୁ ସେ ଚାପରେ ପଡି ଇସ୍ତଫା ଦେଇ ଥିବାର ଚର୍ଚ୍ଚା ହେଉଛି ।

ନିର୍ବାଚନ ପୂର୍ବରୁ ଶ୍ରୀ ମହାନ୍ତିଙ୍କ ଇସ୍ତଫାକୁ ନେଇ ଅସନ୍ତୋଷ ଆରମ୍ଭ ହୋଇଯାଇଛି । କର୍ମୀଙ୍କ କହିବା ଅନୁଯାଇ ରାଜ୍ୟରୁ ଜ଼ିଲ୍ଲା ଓ ଜ଼ିଲ୍ଲାରୁ ବ୍ଲକକୁ କୌଣସି କାର୍ଯ୍ୟ କ୍ରମ ପାଇଁ ଚିଠି ଆସିଲେ କାର୍ଯ୍ୟ କ୍ରମ କ୍ଵଚିତ ହେଉ ଥିଲା । ବର୍ତ୍ତମାନ ନିର୍ବାଚନ ସମୟ ପାଖେଇ ଆସୁଥିବାରୁ ଦଳୀୟ ପାଣ୍ଠିକୁ ହଡ଼ପ କରିବା ପାଇଁ ଏହା ଏକ ଷଡଯନ୍ତ୍ର, ବ୍ଲକ ସଭାପତି ପଦ ପରିଵର୍ତ୍ତନ ହେଲେ କୋଟପାଡ଼ କଂଗ୍ରେସ ଦୁଇ ଫାଳ ନିଶ୍ଟିତ,କେବଳ ନିଜ ନିଜ ଭିତରେ କନ୍ଦଳ ଛଡା କେହି ମଧ୍ୟ ଅଞ୍ଚଳକୁ ସଂଘଠନ କରିବା ପାଇଁ ଯାଉନାହାନ୍ତି, ଶାସକ ଦଳ ଦୟାରୁ ପୌର ଆସନ କଂଗ୍ରେସ ହାତେଇଲା, ଦଳକୁ ବଞ୍ଚେଇବା ପାଇଁ କର୍ମୀଙ୍କ ଏକଜୁଟର ଆବଶ୍ୟକତା ରହିଛି ।

କୁଜି ନେତା ମାନେ ଟଙ୍କା ଟଙ୍କା ପଇସା ପଇସା ହେଉ ଥିବାରୁ କୌଣସି ପ୍ରାର୍ଥୀ ସଂଗଠନ କରିବା ପାଇଁ ଆଗେଇ ଆସୁନାହାନ୍ତି, ଯିଏ ଅସୁଛନ୍ତି ସେ ଦଳ ରେ ଯୋଗ ଦେଇ ନାହାନ୍ତି, ତେଣୁ ପ୍ରାର୍ଥୀ କିଏ ଆମେ ଘୋଷଣା କରି ପାରୁନୁ , ପ୍ରାର୍ଥି ସହ ଦଳ ପରାଜୟ ହେଉ କିନ୍ତୁ ନିଜର ସ୍ୱାର୍ଥ ହାସଲ ହେଉ ବୋଲି ଦୀର୍ଘ ବର୍ଷ ଧରି ସାଂସଦ ଏବଂ ବିଧାୟକ ପ୍ରତିନିଧି ଓ ଦଳୀୟ ସଭାପତି ପଦରେ ରହିଥିବା ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ମାନେ ଭାବୁଛନ୍ତି ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଆଲୋଚନା ଜୋର ଧରିବାରେ ଲାଗିଛି । ଏ ସମ୍ପର୍କରେ ବ୍ଲକ ସଭାପତି ଶ୍ରୀ ମହାନ୍ତିଙ୍କୁ ଯୋଗାଯୋଗ କରିବାରୁ କୌଣସି ସନ୍ତୋଷ ଜନକ ଉତ୍ତର ଗଣ ମାଧ୍ୟମ ଆଗରେ ଦେଇ ପାରି ନ ଥିବାର ଜଣା ଯାଇଛି ।