ପୁଣି ଲାଗିଲା ମାଓ ପୋଷ୍ଟର

0
65
ପୁଣି ଲାଗିଲା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୪/୧୨) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ମାଣ୍ଡିବିଶି ରେ ବା.ଘୁ.ନା. ଡ଼ିଭିଜନ ନାଁ ରେ ମାଓ ପୋଷ୍ଟର ଲାଗିଥିବା ଆଜି ଦେଖିବାକୁ ମିଳିଛି ।Whatsapp Image 2023 12 14 At 20.01.18

ଯାହାକି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟଳୟ ନିକଟରେ ଥିବା ଏକ ଆମ୍ବ ଗଛରେ ଦୁଇଟି ପୋଷ୍ଟର ଲାଗିଥିବା ସୂଚନା ମିଳିଛି । ଏହି ପୋଷ୍ଟରରେ ସ୍ପଷ୍ଟ ସିଜି ମାଳି, କୁଟ୍ରୁ ମାଳି ଓ ମାଞ୍ଜୀଙ୍ଗ ମାଳି ଖଣି ଖନନ କୁ ଦୃଢ ବିରୋଧକରି ସହ, ତାଙ୍କ ପାଇଁ କାର୍ଯ୍ୟ କରୁଥିବା ଦଲାଲ୍ ମାନଙ୍କୁ ଚେତାବନୀ ଦିଆଯାଇଛି । ତା ସହ ସମସ୍ତ ରାଜନୈତିକ ଦଳ ଏହି ଖଣି ଖନନ ସପକ୍ଷ ରେ ଥିବା ଯୋଗୁଁ ଭୋଟ ବର୍ଜନ କରିବା ପାଇଁ ନିର୍ଦ୍ଦେଶ ହୋଇଛି ।