ପଞ୍ଚାୟତ ସମିତି ଡିଗ୍ରୀ କଲେଜରେ ନୁଆଁ – ଓ – ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

0
43
ପଞ୍ଚାୟତ ସମିତି ଡିଗ୍ରୀ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୧୪/୧୨) : ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ମୁରିବାହାଲରେ “ନୁଆଁ- ଓ ” IYDP ନବମ ଦିବସର କାର୍ଯ୍ୟକ୍ରମ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିଲା lWhatsapp Image 2023 12 15 At 15.12.45

କଲେଜ ଅଧ୍ୟକ୍ଷ ସରୋଜ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଡବ୍ଲୁଡିସି ସଦସ୍ୟ ଶ୍ରୀଯୁକ୍ତ ହଂସରାଜ ଜୈନ ଯୋଗଦାନ କରିଥିଲେ l ସମ୍ମାନିତ ଅତିଥି ଭାବରେ କୋଶଲି କବି ଶ୍ରୀ ଭିକାରୀ ଚରଣ ମିଶ୍ର ,ନୋଡାଲ ଅଫିସର ଓଡ଼ିଆ ଅଧ୍ୟାପକ ଦିଲୀପ କୁମାର ପଶାୟତ ସଭା ପରିଚାଳନା କରିଥିବାବେଳେ ଅଧ୍ୟାପକ ଭ୍ରିଙ୍ଗରାଜ ରଣା ଧନ୍ୟବାଦ ଅର୍ପଣ କରିଥିଲେ l ଏହିକ୍ରମରେ ଏକ ଫେସନ ଶୋ ପ୍ରତିଯୋଗିତା ହୋଇଥିଲା ବିଚାରକ ଭାବରେ ଦୀପକ ରଞ୍ଜନ ବାଗ, ସୁଦର୍ଶନ ଦୀପ,ମୀରାବାଈ ଗଡା଼ତ୍ୟା ଓ ଯଶୋସ୍ମିତା ବେହେରା ସହଯୋଗ କରିଥିଲେ l

ଅଧ୍ୟାପକ ପୂର୍ଣ୍ଣ ଚନ୍ଦ୍ର ପଧାନ, ଗୁଣସାଗର ମେହେର, ସୋମେଶଦତ୍ତ ହୋତା, ଘନଶ୍ୟାମ ଖମାରୀ ଛନ୍ଦା ଚରଣ ଖୁଣ୍ଟିଆ ପ୍ରେମଚାନ୍ଦ ତାଣ୍ଡି ପଙ୍କଜ ସାହୁ ଶୈଳିକା ନାଏକ ସରିତା ରଣା ଫାଲଗୁନି ଦାସ କୈଳାସ ଯାନୀ ବାବୁଲା ନାଏକ ବିଜୟ କଳତା ଶରତ ପଧାନ ସହିତ ଅନିରୁଦ୍ଧ ପଧାନ ଅଭୟ ଦାସ କୈଳାସ ଦାସ ସୁନିତା ବଘାର ଡମ୍ବରୁ ରଣା କାଳିଆ ପଧାନ ଶଶୀ ପଶାୟତ ଦିଲୀପ ଘିଭେଲା ମାନିନୀ ଓ ପଙ୍କଜିନୀ ସହଯୋଗ କରିଥିଲେ ଏବଂ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମଧ୍ୟରେ ଶ୍ରୀ ଦିଲୀପ କୁମାର ପୃଷ୍ଟି,ତପନ ଦୀପ, ପାର୍ଥ ପ୍ରଧନୀ, ନରେନ୍ଦ୍ର ମହାରଣା ପ୍ରମୁଖ ଯୋଗଦାନ କରିଥିଲେ l