ମୁରିବାହାଲ ବ୍ଲକସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ଅନୁଷ୍ଠିତ

2
33
ମୁରିବାହାଲ ବ୍ଲକସ୍ତରୀୟ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୦୩/୧୨) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ମୁରିବାହାଲ ବ୍ଲକ ସଭାଗୃହରେ ଶୁକ୍ରବାର ବ୍ଲକସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି ।Whatsapp Image 2023 12 02 At 14.03.16

ଜିଲ୍ଲା ନିୟୋଜନ ଅଧିକାରୀ କେଶବ ଚନ୍ଦ୍ର ପାଣିଗ୍ରାହୀଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ଏହି ଶିବିରରେ ବ୍ଲକ ଆକାଉଣ୍ଟସ ଅଫିସର ଘେନୁରାମ ତାଣ୍ଡି, ଜିପିଇଓ ଏନଜେ ଥିଓଫିଲ, ମିଶନ ଶକ୍ତି ବିପିସି ଉଜ୍ୱଳ ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ବଲାଙ୍ଗିର ଜନ ଶିକ୍ଷଣ ସଂସ୍ଥା, ଗନ୍ଧମାର୍ଦ୍ଧନ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ବଲାଙ୍ଗିର ପଲିଟେକନିକ, କଣ୍ଟାବାଞ୍ଜି ପିଏମ୍‌କେକେ, ଡିଡିୟୁଜିକେୱାଇ ଓ ଆସପ୍ରା ସ୍କିଲ ଡେଭଲପ୍‌ମେଣ୍ଟ ଭଳି କମ୍ପାନୀଗୁଡ଼ିକ ଯୋଗ ଦେଇଥିଲେ । ପ୍ରଚାର ପ୍ରସାର ଅଭାବରୁ ଏହି ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିରରେ ବ୍ଲକରେ ଶତାଧିକ ବେକାର ଯୁବକଯୁବତୀ ଥିଲେ ମଧ୍ୟ ମାତ୍ର ୫୬ ଜଣ ବେକାର ଯୁବକଯୁବତୀ ଯୋଗ ଦେଇଥିବାରୁ ଏହାର ପ୍ରକୃତ ସୁଫଳ ବେକାର ଯୁବକ ମାନେ ପାଉନଥିବା ଅଭିଯୋଗ ହୋଇଥିଲା ।

2 COMMENTS

Comments are closed.