ଚଇତି ସମ୍ମାନ ନିମନ୍ତେ ପ୍ରସ୍ତୁତି ବୈଠକ

0
39
ଚଇତି ସମ୍ମାନ ନିମନ୍ତେ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୪/୧୨) : ରାୟଗଡା ଜିଲ୍ଲା ମହୋତ୍ସବ ଚଇତି -୨୦୨୩ ଆସନ୍ତା ୨୬ ଡିସେମ୍ବର ରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବ l

ଏହି ମହୋତ୍ସବରେ ଦୈନିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ କିଛି ବ୍ୟକ୍ତି ବିଶେଷଙ୍କୁ ସାମ୍ମlନ୍ୱିତ କରିବା ପାଇଁ ସ୍ଥିର କରାଯାଇଛି l ବିଶେଷ କରି କୃଷି, ଉଦ୍ୟାନ, ପ୍ରlଣିପାଳନ, ମତ୍ସ୍ୟ ଚାଷ, ସମାଜ ସେବା, ସାହିତ୍ୟ, ସଂସ୍କୃତି, କଳା, କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଚଇତି ମଞ୍ଚରେ ସମ୍ମାନିତ କରାଯିବl ପାଇଁ ସ୍ଥିର କରାଯାଇଛି l ଏଥି ନିମନ୍ତେ ବିଭିନ୍ନ ବିଭାଗ, ଅନୁଷ୍ଠାନ, ବ୍ୟକ୍ତି ବିଶେଷଙ୍କ ଠାରୁ ସୁପାରିଶ ପାଇଁ ନିବେଦନ କରାଯାଉଛି l ଆସନ୍ତା ୨୦/୧୨/୨୦୨୩ରିଖ ସୁଦ୍ଧା ଯଥେଷ୍ଟ ପ୍ରମାଣ ସହ ସୁପାରିଶ ପତ୍ର ବ୍ୟକ୍ତିଗତ କିମ୍ବା ଅନୁଷ୍ଠାନ ମାଧ୍ୟମରେ ଜିଲ୍ଲା ସଂସ୍କୃତି ଅଧିକାରିଙ୍କ ନିକଟରେ ଦାଖଲ କରିପାରିବେ l

ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଜିଲ୍ଲାପରିଷଦ ଶ୍ରୀ ନରେନ୍ଦ୍ର ନାୟକ, ଶିକ୍ଷlବିତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି, ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ହାଡ଼ିବନ୍ଧୁ ଭୋଇ, ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ୍l ଡ଼ଃ ବବିଲତା ସରାଫ, ଉପନିର୍ଦ୍ଧେଶକ ଉଦ୍ୟାନ ବିଭାଗ ଶ୍ରୀ ଦୟାନିଧି ରାଉତ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଆଦି ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l