ମିଶନଶକ୍ତି ଉପଦେଷ୍ଟାଙ୍କ ରାୟଗଡା ଜିଲ୍ଲା ଗସ୍ତ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ

1
34
ମିଶନଶକ୍ତି ଉପଦେଷ୍ଟାଙ୍କ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାୟଗଡ଼ା, (୦୬/୧୨) : ମିଶନ ଶକ୍ତି ଉପଦେଷ୍ଟା ଡଃ ଲୋପାମୁଦ୍ରା ବକ୍ସିପାତ୍ର ଚାରି ଦିନିଆ ରାୟଗଡ଼ା ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି ।

ମିଶନଶକ୍ତି ଉପଦେଷ୍ଟାଙ୍କ ଆଜି କୋଲନରା, ବିଷମକଟକ, ମୁନିଗୁଡା, ଚନ୍ଦ୍ରପୁର ବ୍ଲକ ପରିଦର୍ଶନ କରିଛନ୍ତି । ଡ଼ଃ ବକ୍ସିପାତ୍ରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ମିଶନ ଶକ୍ତି ମହିଳା ମାନଙ୍କ ଦ୍ୱାରା କାରାଯାଇଛି । ଆଜି ବିଭିନ୍ନ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଆୟୋଜିତ ବୈଠକରେ ଯୋଗ ଦେଇ ମିଶନ ଶକ୍ତି ଦ୍ୱାରା ପରିଚାଳିତ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ସରକାରଙ୍କ ଯୋଜନା କିଭଳି ଆଗକୁ ବଢିବ ମତାମତ ଗ୍ରହଣ କରିଥିଲେ । ଏଥିସହ ମିଶନଶକ୍ତି ଦ୍ବାରା ଷ୍ଟ୍ରବେରୀ ଚାଷ ବିଷମକଟକ ଠାରେ ଦେଖିବା ପରେ ରାମନାଗୁଡା ବ୍ଲକ କରଡ଼ା ଠାରେ ପ୍ରସ୍ତୁତ ହେଉଥିବା ମିଶନଶକ୍ତି ଦ୍ବାରା ତେନ୍ତୁଳି କେକ୍, ଝାଡ଼ୁ ପ୍ରସ୍ତୁତି ଦେଖିଥିଲେ। ସେହିଭଳି କୋଲନରା ବ୍ଲକ ପାଲିପିଣ୍ଡା ଗ୍ରାମର ଏସ ଏଚ ଜି ମାନଙ୍କ ଦ୍ୱାରା ପରିଚାଳିତ କୁକୁଡ଼ା ଫାର୍ମ ପରିଦର୍ଶନ କରିଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା ରାଜ୍ୟର କୋଣ ଅନୁକୋଣରେ ଥିବା ମହିଳା ମାନଙ୍କ ବିକାଶ କରାଯାଇ ପାରିବ ସେମାନେ କେଉଁ ପରି ଭାବେ ମୁଖ୍ୟ ସ୍ରୋତରେ ସାମିଲ ହୋଇ ନିଜେ ସ୍ୱାବଲମ୍ବୀ ହୋଇ ଆତ୍ମନିର୍ଭରଶୀଳ ହୋଇ ମିଶନ ଶକ୍ତି ବିଭାଗ ସହାୟତାରେ ଯୋଗାଇ ଦିଆ ଯାଉଥିବା, ଲକ୍ଷାଧିକ ଟଙ୍କାର ବ୍ୟାଙ୍କ ଋଣ ଗ୍ରହଣ କରି ବିନା ସୁଧରେ ପରିଶୋଧ କରିବା ଏବଂ ସ୍କୁଟି ଯୋଜନା ଆଦି ସହ ମହିଳା ମାନଙ୍କ ପାଇଁ ମିଶନ ଶକ୍ତି ମାଧ୍ୟମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆ ଯାଉଥିବା ସମସ୍ତ ପ୍ରକାର ସହାୟତା ବିଷୟରେ ଆଲୋଚନା କରିବା ସହ ସିଆରପି, ଏମବିକେ ମାନଙ୍କୁ ରାଜ୍ୟସରକାରଙ୍କ ସମସ୍ତ ଯୋଜନା ସମ୍ବନ୍ଧରେ ସୂଚନା ପ୍ରଦାନ କରିଛନ୍ତି। ରାଜ୍ୟ ମିଶନ ଶକ୍ତି ଉପଦେଷ୍ଟା ଡଃ ବକ୍ସିପାତ୍ରଙ୍କ ଗସ୍ତ ସମୟରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୟା ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ, ଓଡ଼ିଶା ଜୀବିକା ମିଶନ ତଥା ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ପରିଚାଳକ ହେମନ୍ତ ବାଗ ଉପସ୍ଥିତ ଥିଲେ ।

1 COMMENT

Comments are closed.