ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କର୍ଲା ରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

0
45
ସରକାରୀ ଉନ୍ନୀତ ଉଚ୍ଚ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୧୬/୧୨) : ମୁରିବାହାଲ ବ୍ଲକ ଚଳକି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, କର୍ଲା ବାର୍ଷିକ କ୍ରୀଡା ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି ।Whatsapp Image 2023 12 16 At 19.21.56

ଏହି ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ଛବି ବାଗ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀମନ୍ତ କୁମାର ନାୟକ ଛାତ୍ର ଛାତ୍ରୀ ମାନଙ୍କୁ ଖେଳ ସମ୍ବନ୍ଧରେ ଉଦବୋଧନ ଦେଇଥିଲେ । ଏହି ଉତ୍ସବରେ ଉମେଶ ମାଝି, ମିଲନ ମହାପାତ୍ର, ସୁଧାଂଶୁ ମିଶ୍ର, ଗୋବିନ୍ଦ ବଗର୍ତ୍ତି, ପ୍ରସନ୍ନ ସେଠ୍, ଦିବ୍ୟକାନ୍ତି ଭୋଇ, ହେମନ୍ତ ଛତ୍ରିଆ ଓ ସୁଜିତ୍ ମନ ହୀରା ପ୍ରମୁଖ ସହଯୋଗ କରିଥିଲେ ।