ଘୁଷୁରାମୁଣ୍ଡା ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0
54
ଘୁଷୁରାମୁଣ୍ଡା ଗ୍ରାମାଞ୍ଚଳ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୧୬/୧୨) : ମୁରିବାହାଲ ବ୍ଲକ ଗୁଡିଘାଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଘୁଷୁରାମୁଣ୍ଡା ଗ୍ରାମର ଖେଳ ପଡିଆ ଠାରେ ଶନିବାର ଦିନ ଗ୍ରାମଅଞ୍ଚ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି ।Whatsapp Image 2023 12 16 At 19.21.40

ଫାଇନାଲ ଖେଳ ରେ ଧୂମସୁକୁ ହରାଇ ଭାଟିପଡା ଦଳ ଚମ୍ପିୟାନ ହୋଇଛି । ନେହେରୁ ସ୍ପୋର୍ଟ୍ସଙ୍ଗ କ୍ଳବ ଆନୁକୂଲ୍ୟରେ ଗତ ୬ ତାରିଖ ଠାରୁ.୧୬ ଗୋଟି ଦଳକୁ ନେଇ ଆରମ୍ଭ ହୋଇଥିବା ଟୁର୍ନାମେଣ୍ଟ ର ଫାଇନାଲ ଖେଳ ଧୂମୁସୁ ଓ ଭାଟିପଡା ମଧ୍ୟ ରେ ମ୍ୟାଚରେ ନିର୍ଧାରିତ ସମୟରେ ରେ ଭାଟିପିଡା ଦଳ ୨/୦ ଗୋଲ ରେ ବିଜୟୀ ହୋଇଚମ୍ପିୟାନ ହୋଇଛି । ଏହି ଅବସରରେ ମୁରିବାହାଲ ବ୍ଲକ ର ପୂର୍ଵତନ ଅଧ୍ୟକ୍ଷ ତଥା ଡବ୍ଲୁଡିସି ସଦସ୍ୟ ହଂସରାଜ ଜୈନ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ଉଭୟ ଖେଳାଳିକୁ ଉତ୍ସାହିତ କରି ଥିଲେ । ସମ୍ମାନନିୟ ଅତିଥି ରୂପେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଉପାଧ୍ୟାକ୍ଷା ନିରୁପମା ମାଝୀ, ମୁରିବାହାଲ ସମିତି ସଭ୍ୟ ଚକ୍ର ଧର ହେର୍ଣ୍ଣା, ସମ୍ବାଦିକ ସଂଘ ସଭାପତି ସୁବ୍ରତ କୁମାର ମହାକୁର, ବିଶିଷ୍ଟ କ୍ରୀଡ଼ାବିତ ଦୁଲେଶ୍ୱର ମହାନନ୍ଦ, ସମାଜସେବୀ ଦିଲ୍ଲୀପ କୁମାର ପୁଷ୍ଟି, ପ୍ରମୁଖ ମଞ୍ଚାସିନ ଥିଲେ ।

ବିଜେତା ଦଳ ଭାଟିପଡା କୁ ଟ୍ରଫି ସହ ନଗଦ ୮ ହଜାର ଟଙ୍କା ପୁରସ୍କାର ରାଶି ଦେବା ସହ ଉପବିଜେତା ଧୂମୁସୁ ଦଳକୁ ଟ୍ରଫି ସହ ନଗଦ ୬ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଟୁର୍ନାମେଣ୍ଟ ରେ ଶ୍ରେଷ୍ଠ ଖେଳାଳି ବିଶାଳ ଚନ୍ଦନ, ଶ୍ରେଷ୍ଠ ଗୋଲ କିପର ସୋମ୍ୟ ନାୟକ, ଶ୍ରେଷ୍ଠ ସ୍କୋରର ଦୀନେଶ ଖରସେଲ. ଶ୍ରେଷ୍ଠ ଡ଼ିଫେନ୍ସ ମନ ମାଝୀ କୁ ଟ୍ରଫି ଦେଇ. ସମ୍ମାନନିତ କରା ଯାଇଥିଲା I ଉକ୍ତ ଟୁର୍ଣ୍ଣାମେଣ୍ଟକୁ ବୁଲୁ ପ୍ରଧାନୀ, ସାନ ଭୋଇ, କୁସଦେବ ଆଡ଼ଯୁଏଡ଼, ପ୍ରମୁଖ ପରିଚାଳନା କରିଥିଲେ ।

ଟୁର୍ଣ୍ଣାମେଣ୍ଟକୁ ସଫଳ କରିବା ରେ ସଭାପତି ପିଣ୍ଟୁ ଭୋଇ, ସମ୍ପାଦକ ଜୟଦେବ ଭୋଇ, କୋଷାଦ୍ଧକ୍ଷ ମାମରାଜ ବାଗ, ଟିମ ମେନେଜର ନରେଶ ସାହୁ ଙ୍କର ନେତୃତ୍ୱରେ ସର୍ଦ୍ଦାକର ବାଗ, ସେବା ସାହୁ ଜୟ କିଶନ ବାଗ, ପିଣ୍ଟୁ ଦୀପ, ତପନ ଦୀପ, ନରେନ୍ଦ୍ର ମାହାରାଣା ହଂସରାଜ ପାରାଭୁଏ, ବନ କାଣ୍ଡ ସରୋଜ ଖମାରି, ଅଜୟ ଯାନୀ ପ୍ରମୁଖ ସହଯୋଗ କରି ଥିଲା ବେଳେ ପ୍ରତେକ ଦିନ ରାକେଶ ପୃଷ୍ଟି ଧରାବିବରଣୀ ପ୍ରଦାନ କରି ଥିଲେ ।