ଜି.ଆଇ.ଇ.ଟି ବିଶ୍ଵ ବିଦ୍ୟାଳୟର ଏମ ବିଏ ବିଭାଗର ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ମିଳନୀ ଅନୁଷ୍ଠିତ

0
44
ଜି.ଆଇ.ଇ.ଟି ବିଶ୍ଵ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୭/୧୨) : ସ୍ଥାନୀୟ ଜି.ଆଇ.ଇ.ଟି ବିଶ୍ଵ ବିଦ୍ୟାଳୟର ଏମ ବି ଏ ବିଭାଗର ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ମିଳନୀ (ଆଲୁମିନ ମିଟ) ବିଶ୍ଵବିଦ୍ୟାଳୟ ପରିସରରେ ଆଲୁମିନି ଆସୋସେସନ୍ କ୍ଲବ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।Whatsapp Image 2023 12 17 At 18.34.47 (1)

ଏହି କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର ଉପସଭାପତି ଡ ଚନ୍ଦ୍ରଧ୍ଵଜ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୁରାତନ ଛାତ୍ରଛାତ୍ରୀମାନେ ଅନୁଷ୍ଠାନର ସମ୍ପଦ, ସେମାନେ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ନିଜ କାର୍ଯ୍ୟ ସମ୍ପାଦନ କରି ବିଶ୍ଵ ଦରବାରରେ ନିଜ ଶିକ୍ଷାନୁଷ୍ଟାନର ଟେକ ରଖିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନୀୟ ଅତିଥି ଭାବେ ବିଶ୍ଵ ବିଦ୍ୟାଳୟର କୁଳପତି ଡ ଏ ଭି ଏନ ଏଲ ଶର୍ମା ଯୋଗ ଦେଇ ଅନୁଷ୍ଠାନର ବିକାଶ ପ୍ରତି ପୁରାତନ ଛାତ୍ରଛାତ୍ରୀ ମାନଙ୍କ ସମ୍ପର୍କ ବିଷୟ ରେ କହିଥିଲେ । ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ଡ ଏନ ଭି ଜେ ରାଓ ମଞ୍ଚାସିନ ରହି ବିଶ୍ଵ ବିଦ୍ୟାଳୟର ଗତ ୨୫ ବର୍ଷର ପ୍ରଗତି ବିଷୟ କହିବା ସହ ବିଭାଗର ଛାତ୍ରଛାତ୍ରୀ ମାନଙ୍କର ନିଯୁକ୍ତି ତଥା ଅନୁଷ୍ଠାନର ପ୍ରଗତିରେ ପୂରାତନ ଛାତ୍ର ଛାତ୍ରୀଙ୍କ ରହିଥିବା ଅବଦାନ ବିଷୟରେ କହିଥିଲେ । ବିଭାଗର ବିଭାଗୀୟ ମୂଖ୍ୟ ଡ ସୌମେନ୍ଦ୍ର ଦାସ ସ୍ଵାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ଡ କାଳୀ ଚରଣ ରଥ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ସମ୍ମିଳନୀ କୁ ସହ ବିଭାଗୀୟ ମୂଖ୍ୟ ଦେବାଷିସ ମହାପାତ୍ର, ଅଧ୍ୟାପକ ପ୍ରମୋଦ ରଞ୍ଜନ ପଣ୍ଡା, ନରେନ୍ଦ୍ର ପଣ୍ଡା, ଡ ସ୍ମୃତି ରେଖା ଦାସ, ଆଲୁମିନି ଅଫିସର ସରିତା ରାଣୀ ଶତପଥୀ ତଥା ବିଭାଗର ଅଧ୍ୟାପକ ଅଧ୍ୟାପିକା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।