ନୁଆ -ଓ -ଯୁବ ଓଡିଶା ନବୀନ ଓଡିଶା ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ଉଦଘାଟନ

0
51
ନୁଆ -ଓ -ଯୁବ ଓଡିଶା

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୧୬/୧୨) : ମୁରିବାହାଲ ପଞ୍ଚାୟତି ହାଇସ୍କୁଲ ଖେଳ ପଡିଆଠାରେ ନୁଆ -ଯୁବ -ଓଡିଶା ନବୀନ ଓଡିଶା ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି ।Whatsapp Image 2023 12 17 At 18.34.20 (1)

ବିଏସଏସଓ ରିଙ୍କୁ ମେହେରଙ୍କ ପ୍ରତ୍ୟୋକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର ଯୋଗଦେଇ ପୂଜାର୍ଚନା କରି ନଡ଼ିଆଭାଙ୍ଗି କ୍ରୀଡା ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ନୂଆ -ଓ -ଯୁବ ଓଡିଶା ନବୀନ ଓଡିଶା ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ସରକାରଙ୍କ ଉଦ୍ଦେଶ୍ୟ ଗାଁ ଗଣ୍ଡାରେ ଲୁଚି ରହିଥିବା ଯୁବ ପିଡି ପ୍ରତିଭା ବିକଶିତ ହୋଇପାରିବ ଏହା ମାଧ୍ୟମରେ ସୁସ୍ଥ ରହିପାରିବେ ସ୍ୱାସ୍ଥ୍ୟ ହିଁ ସମ୍ପଦ ବିଷୟରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ବ୍ଲକ ଉପାଧ୍ୟାକ୍ଷା ଯାଜ୍ଞସେନୀ ହାତୀ, ବ୍ଲକ ସରପଞ୍ଚ ସଙ୍ଘ ସଭାପତି ବିଶ୍ୱବିହାରୀ ଯୋଶୀ, ପିଏ ଆଦିତ୍ୟ ପ୍ରସାଦ ହୋତା,ରାଜ୍ୟ ସଭା ସାଂସଦ ସିଦ୍ଧେଶ୍ୱର ଦାସ, ସମିତି ସଭ୍ୟ ସନ୍ୟାସୀ ପୁଟେଲ,ସାମ୍ବାଦିକ ଭଗବାନ ମହାନ୍ତି, ଦୁର୍ଗାନନ୍ଦ ମହାକୁର, ବ୍ଲକ କ୍ରୀଡା ସମ୍ପାଦକ କୁବେର ବେହେରା ପ୍ରମୁଖ ମଞ୍ଚାସିନଥିଲେ । କାର୍ଯ୍ୟକ୍ରମ ପିଇଟି ବିନୋଦ ମହାପାତ୍ର ସଂଚାଳନ କରିଥିବାବେଳେ ବିପିଏମ ଡ଼. ଗୋପାଲକୃଷ୍ଣ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ । ମୁରିବାହାଲ ବ୍ଲକ ଅଞ୍ଚଳର ୪ ଗୋଟି ଖେଲ ପଡିଆରେ ଖେଲ ଅନୁଷ୍ଠିତ ହେଉଛି ।

ପଞ୍ଚାୟତି ହାଇସ୍କୁଲ ମୁରିବାହାଲ ଖେଳପଡିଆ, କେଜିବିଭି ଘଣ୍ଟବାହାଲ ଖେଳପଡିଆ, ବନବାହାଲ ଖେଲପଡିଆ, ଲଖନା ଖେଲ ପଡିଆ ରେ ଅନୁଷ୍ଠିତ ହେଉଛି । ଅନୁଷ୍ଠାନିକ ଭାବରେ ପଞ୍ଚାୟତି ହାଇସ୍କୁଲ ମୁରିବାହାଲ ଖେଳପଡିଆ ଠାରେ କ୍ରୀଡା ଉତ୍ସବ ବ୍ଲକ ଅଧ୍ୟକ୍ଷ ଶ୍ରୀ ମେହେର ଅନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି । ପ୍ରଥମ ଦିନରେ କ୍ରିକେଟ ଖେଲ ଆରମ୍ଭ ହୋଇଛି ଏହି ଖେଲ ୧୬ରୁ ଆରମ୍ଭ ହୋଇ ୨୦ ତାରିଖ ଫାଇନାଲ ଖେଲ ପଞ୍ଚାୟତି ହାଇସ୍କୁଲ ଖେଳପଡିଆ ଠାରେ ଅନୁଷ୍ଠିତ ହେବ । ସେହିପରି ହକି, ଫୁଟବଲ, ଭଲିବଲ, ଖୋ -ଖୋ, କବାଡି ଓ କ୍ରିକେଟ ଖେଲ ଅନୁଷ୍ଠିତ ହେବ । ଯେଉଁ ଦଳ ପରାଜୟ ହେବେ ତାଙ୍କୁ ସେହି ଦିନ ମାନପତ୍ର ଦିଆଯିବ ଯେଉଁ ଦଳ ବିଜୟ ହେବେ ଶେଷରେ ତାଙ୍କୁ ମାନପତ୍ର ପ୍ରଦାନ କରାଯିବ ବୋଲି ଆୟୋଜକ କହିଛନ୍ତି ।

ଆଜିର କ୍ରିକେଟ ମ୍ୟାଚରେ ଗୋଟିଏ ଖେଲ ପଡିଆରେ ୪ ଜଣ ଲେଖାଏଁ ପିଇଟି ଦାୟିତ୍ୱ ତୁଲାଉଛନ୍ତି ।ପଞ୍ଚାୟତି ହାଇସ୍କୁଲ ଖେଲ ପଡିଆରେ ଅଞ୍ଜନ ବେହେରା, ରମେଶ ବିଶି, କୁବେର ବେହେରା ଓ ସନ୍ତୋଷ ମେହେର,, l କେଜିବିଭି ଖେଳପଡିଆରେ ଜିତେନ୍ଦ୍ର ସୁନା, ଉମାକାନ୍ତ ବେହେରା, ଝାସକେତନ ରାଜହଂସ ଓ ବିନୋଦ ମହାପାତ୍ର, ଲଖନା ଖେଳପଡିଆରେ ନବୀନ ସରାଫନ,ମୋକ୍ଷଦେବ ନାଗ, ସାଧୁ ଶିକା, ଓ ଚନ୍ଦ୍ରଧ୍ଵଜ ଭୋଇ ସେହିପରି ବନବାହାଲ ଖେଳପଡିଆ ରେ ମୋହନ ପ୍ରଧାନୀ, ବୀରେନ୍ଦ୍ର ଖଟୁଆ, ଶ୍ରୀକାନ୍ତ ପଧାନ, ଓ ନିମାଇଁ ଚରଣ ବେହେରା ସମେତ ବ୍ଲକ ଅଧିକାରୀ ଓ କର୍ମଚାରୀ ସହଯୋଗ କରୁଛନ୍ତି । ପ୍ରଥମ ଦିନରେ ୪ ଟି ଖେଳପଡିଆରେ ୨୪ ଗୋଟି ଦଳ ମଧ୍ୟରୁ ୧୬ ଗୋଟି ଦଳ ଅଂଶଗ୍ରହଣ କରିଥିଲେ ।