ସିଣ୍ଢୋଳ ଆଞ୍ଚଳିକ କଲେଜରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

0
44
ସିଣ୍ଢୋଳ ଆଞ୍ଚଳିକ କଲେଜରେ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୧୬/୧୨) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ସିଣ୍ଢୋଳ ଆଞ୍ଚଳିକ ଡିଗ୍ରୀ କଲେଜରେ ଦୁଇ ଦିନିଆ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମ ଯୁକ୍ତ ତିନି ଅଧ୍ୟକ୍ଷ ପବିତ୍ର ବାରିକ ଓ ଯୁକ୍ତ ଦୁଇ ଅଧ୍ୟକ୍ଷ ଶିରିସ କୁମାର ଦାଶଙ୍କ ସଭାପତିତ୍ବରେ ଏହି ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୦୦ ମି ଦୈଡ, ୨୦୦ ମି ଦୌଡ଼, ସଟ୍ ଫୁଟ୍, ଡିସକସ୍, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଆଦି ବିଭିନ୍ନ ପ୍ରକାର ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୁକ୍ତ ଦୁଇ ବିଭାଗରେ ଉତ୍ତମା ବେଟକାର, ଆର୍ଦଶ କୁମାର ମେହେର ଓ ଯୁକ୍ତ ତିନି ବିଭାଗ ରେ ଜିତା ପାତ୍ର, ପଦାର୍ଥ ବଘାର ଚାମ୍ପିଅନ ହୋଇଥିଲେ । ଏଥିରେ ଅଧ୍ୟାପକ ସମିର ସାହୁ, ସଚିନ୍ଦ୍ର ଭୁକ୍ତା, କୁଳମଣି ସାହୁ, ନାରାୟଣ ବଗର୍ତ୍ତି, ଶ୍ରୀକାନ୍ତ ରଣା, ସମିର ପଧାନ, ଅଜିତ ମେହେର, ଧରିତ୍ରୀ ବିଶ୍ଵାଳ ସହଯୋଗ କରିଥିଲେ । ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ ।