ଉଲୁଣ୍ଡା ବ୍ଲକରେ ବିଜୁ ଜନତା ଦଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

3
62
16edbc70 4f2e 4b8d Ad0a B191c20db94c

ରିପୋର୍ଟ: ରାଜେଶ ବାଗ //
ଉଲୁଣ୍ଡା ୧୩/୧୨): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅର୍ନ୍ତଗତ ଚଡେଇପଙ୍କ ପଞ୍ଚାୟତ ର ଲଖନପୁର ଜଗନ୍ନାଥ କଲ୍ୟାଣ ମଣ୍ଡପ ଠାରେ ଆଜି ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l638f3270 134d 4cff B7e8 D21a87017324

ଏହି ପ୍ରଶିକ୍ଷଣ ଶିବିରରେ ପୂର୍ବତନ ମନ୍ତ୍ରୀ ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହରା, ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷ୍ୟା ଶାନ୍ତିଲତା ମିଶ୍ର, ସୁପରିଚିତ ଯୁବସମାଜସେବୀ କୃର୍ତିବାସ ମିଶ୍ର ଯୋଗ ଦେଇଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟତଃ ଉଲୁଣ୍ଡା ବ୍ଲକ ଜୋନ ନଂ – ୧ର ସମସ୍ତ ସକ୍ରିୟ କର୍ମୀ, କର୍ମକର୍ତ୍ତା ମାନଙ୍କୁ ସୁଯୋଗ ଦିଆଯାଇଥିଲା l ଆସନ୍ତା ତା ୧୬-୧୨-୨୦୨୩ ରିଖ ଶନିବାର ଦିନ ଜୋନ ନଂ – ୨ର ସକ୍ରିୟ କର୍ମୀ ଓ କର୍ମକର୍ତ୍ତା ମାନଙ୍କୁ ନେଇ ପୁଣିଥରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ବୋଲି ଜଣାପଡିଛି।ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ଓ ଶହଶହ କର୍ମୀ ଯୋଗ ଦେଇ ସାଫଲ୍ୟ ମଣ୍ଡିତ କରିଥିଲେ।

3 COMMENTS

Comments are closed.