ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ

0
54
ନୂଆ ଓ ଯୁବ ଓଡ଼ିଶା

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୧୮/୧୨) : ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଚାଲିଥିବା ଓଡିଶା ସରକାରଙ୍କ ସମନ୍ୱୟ ଯୁବ ବିକାଶ କାର୍ଯ୍ୟକ୍ରମର ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆଜି ଉଦ୍‌ଯାପିତ ହୋଇଯାଇଛି ।Whatsapp Image 2023 12 19 At 09.17.40 (1)

ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗ ଦେଇ ଶିକ୍ଷା ଓ କ୍ରୀଡା ଦ୍ଵାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଶାରୀରିକ ଓ ମାନସିକ ଉନ୍ନତି ପରିଲକ୍ଷିତ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ, ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, କଲେଜ ପ୍ରତିଷ୍ଠାତା ସମ୍ପାଦକ ଧନଞ୍ଜୟ ପଧାନ, ବରିଷ୍ଠ ସାମ୍ବାଦିକ ଭଗବାନ ମହାନ୍ତି, ଅଧ୍ୟାପକ ନରେନ୍ଦ୍ର ପାଣିଗ୍ରାହୀ, ନୋଡ଼ାଲ ଅଫିସର ତଥା ଅଧ୍ୟାପକ ବିକ୍ରମ ତାଣ୍ଡି ଯୋଗ ଦେଇଥିଲେ ।

ବରିଷ୍ଠ ଇଂରାଜୀ ଅଧ୍ୟାପକ ହୃଦାନନ୍ଦ ପୁହାଣଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ତଥା ଗ୍ରନ୍ଥାକାରିକ ଶାନ୍ତାରାମ ପଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ ବର୍ଗରେ କୃତିତ୍ୱ ଅର୍ଜନ କରିଥିବା ଅଞ୍ଚଳର ୯ଜଣ ବରିଷ୍ଠ ବ୍ୟକ୍ତିବିଶେଷଙ୍କୁ କଲେଜ ପକ୍ଷରୁ ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ପ୍ରତିଷ୍ଠାତା ସମ୍ପାଦକ ଧନଞ୍ଜୟ ପଧାନ, ବରିଷ୍ଠ ସଙ୍ଗଠକ ତଥା ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ଦିବ୍ୟାଙ୍ଗ କୋଶଲି କବି ମଧୂସୁଦନ ନାଗ, ଯୁକ୍ତଦୁଇ କଲେଜର ପ୍ରଥମ ବ୍ୟାଚ୍‌ ଛାତ୍ର ତଥା ବରିଷ୍ଠ ସାମ୍ବାଦିକ ଦୁର୍ଗାନନ୍ଦ ମହାକୁର, ପ୍ରାକ୍ତନ ଛାତ୍ର ତଥା ଡ଼ିଗ୍ରୀ କଲେଜର ଓଡ଼ିଆ ଅଧ୍ୟାପକ ଘନଶ୍ୟାମ ଖମାରୀ, ଚିକିତ୍ସକ ତଥା ବରିଷ୍ଠ ସାମ୍ବାଦିକ ଡ. ଭଗବାନ ମହାନ୍ତି, ପୂର୍ବ ମୁରିବାହାଲ ସରପଞ୍ଚ ଯୁଧିଷ୍ଠିର ବଘାର, ବରିଷ୍ଠ ସଙ୍ଗୀତକାର ସୁଦର୍ଶନ ଦୀପ ଓ ଯୁବ ସାମ୍ବାଦିକ ସୁବ୍ରତ କୁମାର ମହାକୁରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

“ଦୀର୍ଘ ୧୫ଦିନ ଧରି କଲେଜରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଘୁଷୁରାମୁଣ୍ଡା, ଘଣ୍ଟବାହାଲ, ଗମ୍ଭାରିଖୋଳା, ମାହାରପଡ଼ା ଗ୍ରାମରେ ବିଭିନ୍ନ ସେବାମୂଳକ ଓ ସଚେତନତାଧର୍ମୀ କାର୍ଯ୍ୟକ୍ରମ କରାଯାଇଥିଲା । ଶ୍ରେଷ୍ଠ କ୍ରୀଡା ଚମ୍ପିୟାନ ଛାତ୍ରୀ ରୂପେ ଡୋଲେଶ୍ୱରୀ ମଲ୍ଲିକ ଓ ଛାତ୍ର ରୂପେ ଟଙ୍କଧର ମାଝୀଙ୍କ ସହ ସମସ୍ତ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ନିଜର ଉତ୍କୃଷ୍ଟ ପ୍ରତିଭା ପାଇଁ ମାନପତ୍ର, ଟ୍ରଫି ଓ ମେଡାଲ ଦେଇ ଅତିଥିଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା । କଲେଜରୁ ଜାତୀୟସ୍ତରର ଖୋ-ଖୋ ଖେଳରେ ପ୍ରତିନିଧିତ୍ୱ କରିଥିବା କୋଚ୍‌ ତଥା ଅଧ୍ୟାପକ ସାଗର ଦେହୁରୀ ଓ ଅନ୍ୟ ଜଣେ ଛାତ୍ର ଓ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରେଷ୍ଠ ସ୍ୱେଚ୍ଛାସେବୀ ଛାତ୍ର ରୂପେ ଶୁଭମ ଗହୀର ଓ ଛାତ୍ରୀ ରୂପେ ରମ୍ଭା ଦାସ ପୁରସ୍କୃତ ହୋଇଥିଲେ ।

ବରିଷ୍ଠ ଗାୟକ ସୁଦର୍ଶନ ଦୀପ ଓ ସାଥୀଙ୍କ ଦ୍ଵାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅଧ୍ୟାପକ ତଥା ନୋଡାଲ ଅଧିକାରୀ ବିକ୍ରମ ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ । ମୁରିବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ରାଧାଶ୍ୟାମ ତ୍ରିପାଠୀ, ଅଂଶୁମାନ ଦାସ, ନାରାୟଣ ଭୋଇ, ବୈକୁଣ୍ଠ ସାହୁ, ନରେଶ ସତନାମି, ରାଧେକୃଷ୍ଣ ବଘାର, ଅଧ୍ୟାପିକା ଭବାନୀ ପୋଡ଼, ପୂଜା ରଥ, ମମତା ସାହୁ, ସ୍ନିଗ୍ଧା ପ୍ରଧାନୀ, ସ୍ୱାଗତିକା ସାହୁ, ଲିଲି ପ୍ରଧାନ, ଅଭିମନ୍ୟୁ ଛୁରା, ଜୟକୃଷ୍ଣ ବଘାର, ସରୋଜ ରଞ୍ଜନ ନେଓରା, ସଞ୍ଜୟ ବାଗ, ନନ୍ଦିନୀ ସାହୁ ଓ ଜୟଦେବ ଷାଣ୍ଢଙ୍କ ସହ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଏହି ଦୀର୍ଘ ୧୫ଦିନିଆ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ”।