ଆଈ କୋଳରୁ ୬ ବର୍ଷୀୟା ନାତୁଣୀକୁ ଝାମ୍ପିନେଲେ ଦୁର୍ବୃତ୍ତ

0
42
ଆଈ କୋଳରୁ ୬

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଦେଓଗଡ଼, (୧୯/୧୨) : ଦେଓଗଡ ସହର ଭିତରେ ଘର ସମ୍ମୁଖରୁ ଆଇ କୋଳରୁ ୬ ବର୍ଷୀୟା ନାତୁଣୀକୁ ଉଠାଇନେଲେ ଦୁର୍ବୁତ୍ତ ।

କଳା ରଙ୍ଗର ପଲସର ବାଇକରେ ଦୁଇ ଜଣ ଦୁର୍ବୁତ୍ତ ଅପହରଣ କରିନେଇଥିବା ସୂଚନା । ଭାଇ ଭାଇ ଲୁଗା ଦୋକାନର ମାଲିକ ଆଲୋକ ଅଗ୍ରୱାଲଙ୍କ ୬ ବର୍ଷୀୟା କନ୍ୟା ସନ୍ତାନ ପିହୁ ଅଗ୍ରୱାଲଙ୍କୁ ଅପହୃତ କରିଛନ୍ତି ଦୁର୍ବୃତ୍ତ । ଏହି ଘଟଣା ପରେ ସହରରେ ଚଞ୍ଚଲ୍ୟ ଖେଳି ଯାଇଛି । ବିଭିନ୍ନ ସିସିଟିଭି ଫୁଟେଜ ଯାଞ୍ଚ କରୁଛି ଆଦର୍ଶ ଥାନା ପୋଲିସ । ରାଞ୍ଚି–ବିଜୟ ୱାଡା ରାସ୍ତାରେ ଅପହରଣ କାରି ଫେରାର ହେଉଥିବା ଅଭିଯୋଗ କରିଛନ୍ତି ପ୍ରତାକ୍ଷ୍ୟ ଦର୍ଶୀ । ଏସପି ପ୍ରଦ୍ୟୁମ୍ନ ମିଶ୍ରଙ୍କ ନିର୍ଦେଶରେ ପୁଲିସର ତଦନ୍ତ ଆରମ୍ଭ ଆରମ୍ଭ ହୋଇଛି । ବରିଷ୍ଠ ପୁଲିସ ଅଧିକାରୀ ଘଟଣାର ତଦନ୍ତ କରିବା ସହ ସମସ୍ତ ରାସ୍ତାକୁ ସିଲ କରିଥିବା ସୂଚନା ।