ପୋଲିସ କବଜ୍ଜାରେ ଗଞ୍ଜେଇ ବେପାରୀ

0
54
ପୋଲିସ କବଜ୍ଜାରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୧୯/୧୨) : ଧରାପଡିଲେ ୬ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀ । ଏହି ଗଞ୍ଜେଇ ବେପାରୀଙ୍କ ମଧ୍ୟରେ ୪ ଯୁବକ ଥିବା ବେଳେ ଜଣେ ମହିଳା ଓ ଜଣେ ଯୁବତୀ ଅଛନ୍ତି ।

ଏକ ଦାମି କାର୍ ଗାଡ଼ିରେ ଗଞ୍ଜାମରୁ ଭୁବନେଶ୍ୱର ଚାଲାଣ ହେଉଥିଲା ୫୩କେଜି ଗଞ୍ଜେଇ । ଧରାପଡିଥିବା ଅଭିଯୁକ୍ତ/ଅଭିଯୁକ୍ତାଙ୍କ ଠାରୁ ମୋବାଇଲ ଫୋନ୍ ସହିତ ନଗଦ ଟଙ୍କା ଓ ଆନୁସଙ୍ଗିକ କାଗଜପତ୍ର ଜବତ କରିଛି ଟାଙ୍ଗୀ ପୋଲିସ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ପୋଲିସ ପକ୍ଷରୁ ୧୬ ନଂ ଜାତୀୟ ରାଜପଥରେ ଚଣ୍ଡେଶ୍ୱର ଛକରେ ଚେକିଂ-ବ୍ଲକିଂ ଚାଲିଥିବା ବେଳେ ଧରାପଡିଲେ ଏହି ଆନ୍ତଃ ଗଞ୍ଜେଇ ବେପାରୀ । ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି SDPO ଅନିଲ କୁମାର ମହାନ୍ତି ଏବଂ ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଗିରଫ ଅଭିଯୁକ୍ତ/ଅଭିଯୁକ୍ତାମାନେ ଗଞ୍ଜାମ ଜିଲ୍ଲାର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଗଞ୍ଜାମ ଜିଲ୍ଲା ଦିଗରୁ ଭୁବନେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଏକ ଦାମି କାରକୁ ଟାଙ୍ଗୀ ପୋଲିସ ପକ୍ଷରୁ ତା’ର କାଗଜପତ୍ର ତନଖି ବେଳେ ଏହି ଗଞ୍ଜେଇ ବେପାରୀ ମାନେ ରଚନା କରିଥିଲେ ନୂଆ ନାଟକ । ଏହି ନାଟକ ଥିଲା ଯେ ମହିଳା ଜଣକ ଶାରୀରିକ ଅସୁସ୍ଥ ଓ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ତେଣୁ କାରରେ ରୋଗି ଥିବା ଯୋଗୁଁ ଶୀଘ୍ର ଖସି ପଳାଇବା ପାଇଁ କିଛି ନକଲି କାଗଜପତ୍ର ଦେଖାଇଥିଲେ ମାତ୍ର ଟାଙ୍ଗୀ ପୋଲିସର କିଛି ସନ୍ଦେହ ହୋଇଥିଲା, ଆଉ ତା’ପରେ ସବୁ ମିଛ ନାଟକ ପରିବେଷଣ ଧରାପଡି ଯାଇଥିଲା । ଗିରଫ ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ଜିଲ୍ଲାର ଗୋସେଇଁ-ନୂଆଗାଁ ଗ୍ରାମର ମହିଳା ଅନିତା ପଣ୍ଡା, ବେଗୁନିଆପଡା ଗ୍ରାମର ଶଙ୍କର ପ୍ରଧାନ ଓ ନାରାୟଣ ସାହୁ, ଉତ୍ତମ ସାହୁ, ଖଲିକୋଟ ଥାନା କୈରାସି ଗ୍ରାମର ଅଜୟ ସାହୁ, ବୁଗୁଡା ଥାନା ଗୋଲିଆ ଗ୍ରାମର ଯୁବତୀ ପିଙ୍କୁ ପ୍ରଧାନ ।