ରାଉରକେଲାରେ ଝାଡ଼ାବାନ୍ତି ନେଲାଣି ୯ ଜଣଙ୍କ ଜୀବନ

3
62
ରାଉରକେଲାରେ ଝାଡ଼ାବାନ୍ତି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ, (୧୯/୧୨) : ରାଉରକେଲାରେ ଏବେ ବି ସୁଧୁରିନି ସ୍ଥିତି । ଇସ୍ପାତ ସହରରେ ଏବେବି ଜାରି ରହିଛି ଝାଡ଼ାବାନ୍ତି ଆତଙ୍କ । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଆଉ ଜଣେ ରୋଗୀର ମୃତ୍ୟୁ ହୋଇଛି ।

ଯଦିଓ ସରକାରୀ ତଥ୍ୟ ଅନୁସାରେ ମୃତ୍ୟୁ ସଂଖ୍ୟା ୬ ରହିଛି ହେଲେ ବେସରକାରୀ ତଥ୍ୟ କହୁଛି ରାଉରକେଲାରେ ଝାଡ଼ାବାନ୍ତି ନେଲାଣି ୯ ଜଣଙ୍କ ଜୀବନ । ସ୍ମାର୍ଟସିଟିରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା । ଖାଲି ସହର କାହିଁକି ରାଜ୍ୟର କୋଣ ଅନୁକୋଣରେ ଏବେ ଲୋକେ ଜଳ ସମସ୍ୟାରେ ଜୁଝି ହେଉଛନ୍ତି । କିଛି ଦିନ ପୂର୍ବେ ସମ୍ବଲପୁର ହୀରାକୁଦ ସ୍ଥିତ ମହମ୍ମଦପୁର ଗାଁ’ରେ ଉତ୍କଟ ରୂପ ନେଇଥିବା ପାନୀୟ ଜଳ ସମସ୍ୟା । ଦୂଷିତ ପାଣି ପିଇ ହଇଜା ଭଳି ମାରାତ୍ମକ ରୋଗ ଶିକାର ହେଇଥିଲେ ୪୩ ରୁ ବି ଉର୍ଦ୍ଧ୍ବ ଗ୍ରାମବାସୀ । ଅନେକ ଗୁରୁତର ହୋଇ ଯମ ଯନ୍ତ୍ରଣା ଭୋଗିଥିବାବେଳେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଚଳିତ ବର୍ଷ ରାୟଗଡ଼ା କାଶୀପୁର ଠାରୁ ଆରମ୍ଭ କରି ନବରଙ୍ଗପୁର ଏବଂ କୋରାପୁଟ ଜୟପୁର ବ୍ଲକ ଅନ୍ତର୍ଗତ ଡ଼ଙ୍ଗର ଚିଞ୍ଚିରେ ବ୍ୟାପିଥିଲା ହଇଜା ।

ଏହି ଅଞ୍ଚଳରେ ୧୦ ରୁ ଉର୍ଦ୍ଧ୍ବ ଲୋକ ଜୀବନ ହାରିଥିଲେ । ସବୁଠୁ ବଡ଼ କଥା ହେଉଛି ଦୂଷିତ ଜଳ ପିଇ ରୋଗର ଶିକାର ପାଲଟିଛନ୍ତି ରାଜ୍ୟର ଅନେକ ଆଦିବାସୀ । କେନ୍ଦୁଝରରେ ଦୂଷିତ ପାଣି ପିଇ ଅଜଣା ରୋଗରେ ୧୧ ରୁ ଉର୍ଦ୍ଧ୍ବ ଜୁଆଙ୍ଗ ଆଦିବାସୀଙ୍କ ମୃତ୍ୟୁ ହୋଇଛି । ଦେଶବାସୀଙ୍କୁ ବିଶୁଦ୍ଧ ଜଳ ଯୋଗାଇ ଦେବାକୁ କେନ୍ଦ୍ର ସରକାର ହର ଘର ଜଳ ଯୋଜନା ଆପଣାଇଥିବାବେଳେ ଏହାକୁ ରାଜ୍ୟରେ ଲାଗୁ କରୁ ନାହାନ୍ତି ରାଜ୍ୟ ସରକାର । ନା ନିଯେ ଯୋଗାଉଛନ୍ତି ନା କେନ୍ଦ୍ର ଦେଉଥିବା ସୁବିଧା ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ।

3 COMMENTS

Comments are closed.