ପଟିଆ ଷ୍ଟେସନ ନିକଟରୁ ଅପହୃତ ଶିଶୁ ଉଦ୍ଧାର

0
47
ପଟିଆ ଷ୍ଟେସନ ନିକଟରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୦/୧୨) : ଭୁବନେଶ୍ୱର ପଟିଆ ଷ୍ଟେସନ ନିକଟରୁ ଗତକାଲି ଅପହୃତ ହୋଇଥିବା ବର୍ଷକର ଶିଶୁ କଟକରୁ ଉଦ୍ଧାର ହୋଇଛି ।

ଶିଶୁଟି ଉଦ୍ଧାର ନେଇ ମଞ୍ଚେଶ୍ୱର ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ପାରିବାରିକ କଳହ କାରଣରୁ ଶିଶୁଟିକୁ କେହି ସମ୍ପର୍କୀୟ ଅପହରଣ କରିନେଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ଷ୍ଟେସନ ନିକଟ ବଜାର ନିକଟରେ କିଛି ଦୁର୍ବୃତ୍ତ କାର୍‌ରେ ଆସି ମାଆ ପାଖରୁ ଶିଶୁଟିକୁ ଛଡ଼ାଇ ନେଇଥିଲେ । ଏନେଇ ପରିବାର ଲୋକେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ କରିବା ସହ ଖୋଳତାଡ଼ କରିଥିଲା । ପରେ ଶିଶୁଟିକୁ କଟକରୁ ଉଦ୍ଧାର କରିଛି । ପାରିବାରିକ କଳହ କାରଣରୁ ଶିଶୁଟିକୁ କେହି ସମ୍ପର୍କୀୟ ଅପହରଣ କରି ନେଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

କେଉଁ କାରଣ ପାଇଁ ପାରିବାରିକ କଳହ ଲାଗିଥିଲା, କେଉଁଥି ପାଇଁ ପିଲାଟିକୁ ସର୍ମ୍ପକୀୟ ଅପହରଣ କରିନେଇଥିଲେ ପୁଲିସ ତାର ତଦନ୍ତ କରୁଛି । ଏହାସହ ଅପହର୍ତ୍ତାଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି । ଶିଶୁ ଉଦ୍ଧାର ନେଇ ଭୁବନେଶ୍ୱର ଡିସିପି ପ୍ରତୀପ ସିଂ କହିଲେ, ପାରିବାରିକ କଳହରୁ ଶିଶୁକୁ ଅପହରଣ କରାଯାଇଥିଲା । ଅପହରଣ ପଛରେ ଶିଶୁର ବାପା ସହ ଆଉ ୩ ଜଣ ଅଛନ୍ତି । ଅପହରଣ ଅଭିଯୋଗରେ ୩ ଅପହର୍ତ୍ତାଙ୍କ ସହ ବାପା ଥାନାରେ ଅଟକ ରଖାଯାଇଛି ।