ଲୁଟ୍ ଉଦ୍ଦେଶ୍ୟରେ ଗୁଳିମାଡ଼; ଅଳ୍ପକେ ବର୍ତ୍ତିଲେ ବ୍ୟବସାୟୀ

0
33
ଲୁଟ୍ ଉଦ୍ଦେଶ୍ୟରେ ଗୁଳିମାଡ଼

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୨୦/୧୨) : ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଥାନା ପୋଦାର କଲୋନୀରେ ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି ।

ଲୁଟ୍‌ ଉଦ୍ଦେଶ୍ୟରେ ଜଣେ ଦୁର୍ବୃତ୍ତ କାଲି ଗୁଳିମାଡ଼ କରିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡାଲି ବ୍ୟବସାୟୀ । ପୁଲିସ ଗୋଟିଏ ଖୋକା ଜବତ କରିଛି । ସୂଚନା ଅନୁସାରେ, ପୋଦାର କଲୋନୀର ମୁକେଶ ଜୈନ ନାମକ ଜଣେ ଡାଲି ବ୍ୟବସାୟୀ ଗତକାଲି ବିଳମ୍ବିତ ରାତିରେ ଗୋଦାମ ବନ୍ଦ କରି ସ୍କୁଟିରେ ଘରକୁ ଫେରୁଥିଲେ । ଏହି ସମୟରେ ତାଙ୍କ ଘର ସାମ୍ନାରେ ଜଣେ ଦୁର୍ବୃତ୍ତ ତାଙ୍କ ଟଙ୍କା ବ୍ୟାଗକୁ ଛଡ଼ାଇ ନେବା ପାଇଁ ଚେଷ୍ଟା କରିଥିଲା । ଏନେଇ ଡାଲି ବ୍ୟବସାୟୀ ଓ ଦୁ‍ର୍ବୃତ୍ତଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ଫଳରେ ପାଟିତୁଣ୍ଡ ହୋଇଥିଲା । ପାଟିତୁଣ୍ଡ ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ଗ୍ରାମବାସୀଙ୍କୁ ଦେଖି ଦୁ‍ର୍ବୃତ୍ତ ଜଣଙ୍କ ବ୍ୟବସାୟୀଙ୍କ ଉପରକୁ ଗୋଟିଏ ରାଉଣ୍ଡ୍ ଫାୟାରିଂ କରିଥିଲେ । ପରେ ସେଠାରେ ଦୌଡ଼ି ପଳାଇଥିଲା । ହେଲେ ବ୍ୟବସାୟୀଙ୍କ ଉପରେ ଗୁଳିଟି ବାଜି ନଥିଲା । ଖବର ପାଇ ସମ୍ବଲପୁର ଅତିରିକ୍ତ SP ଓ SDPO ଙ୍କ ସମେତ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୁଲିସ ଘଟଣାର ତଦନ୍ତ କରୁଛି । ଦୁର୍ବୃତ୍ତ ଜଣଙ୍କ ଲୁଟ୍ କରିବା ଉଦ୍ଦେଶ୍ୟରେ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ କରିଥିବା ଜଣାପଡ଼ିଛି ।