ଧାନ ପୁରେଇବା ମେଶିନରେ ବେକ କଟି ଯୁବତୀର ମୃତ

0
51
ଧାନ ପୁରେଇବା ମେଶିନରେ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୦/୧୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ଖଟଗନ୍ଥା ଗାଁ’ରେ ଘଟିଛି ଅଘଟଣ ।

ଧାନ ଉଡାଇବା ମେସିନରେ ବେକ କଟି ଯୁବତୀର ମୃତ । ଘଟଣାଟି ଘଟିଛି ନାରାୟଣର ପୁର ପଞ୍ଚାୟତର ଖଟଗନ୍ଥା ଗାଁ’ରେ । ମୃତ ଯୁବତୀ ନାମ ବନିତା ତିଆକା (୧୭) । ନିଜଜମିରେ ଧାନ ଅମଳକରି ବଡ ତୋଡ୍ରା ଗ୍ରାମର ସିରିପତି କାଡ୍ରାକାଙ୍କ ଓଡ଼ି ୧୮ ୭୯୪୩ ନମ୍ବର ବିହୀନ ଟ୍ରାକ୍ଟର ମେସିନରେ ଉଡାଇବା ସମୟରେ ମେସିନର ଫେନ ରେ ନିଜ ଓଡ଼ଣି ଓ ଚୁଟିଲାଗି ଘଟିଛି ଅଘଟଣ । ଆଜି ବାପା ଧନିଆ ତିଆକା ମାଆ ଲଚମି ତିଆକା ସପରିବାର ମିଶି ନିଜ ଜମିରୁ ଅମଳ କରିଥିବା ଧାନକୁ ଏକତ୍ରୀତ କରି ଧାନ ମଳେଇବା ମେସିନରେ ଧାନ ମଳଉଥିଲେ ।

ମଧ୍ୟାହ୍ନ ସମୟରେ ଧାନ ମଳାଉଥିବା ବେଳେ ଝିଅ ବନିତା ତିଆକା ଅମଳ କରିଥିବା ଧାନକୁ ଝାଡୁ କରୁଥିବା ସମୟରେ ଅଚାନକ ଧରିଥିବା ଓଡଣୀକୁ ଫେନ ଟାଣି ଦେବାରୁ ଓଡଣି ସହ ବନିତାକୁ ମଧ୍ଯ ଫେନ ଟାଣିନେଇ ଚୁଟିକୁ ଗୁଡାଇ ଦବାରୁ ଫେନ ବେକ କାଟିଦେଇ ଅଲଗା କରିଦେଇଥିଲା ଯାହା ଫଳରେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ଗାଁ’ରେ ଶୋକରଛାୟା ଖେଳି ଯାଇଛି । ଏତେବଡ ଘଟଣା ଘଟିଥିଲେ ମଧ୍ୟ ପୁଲିସ ସବୁଜାଣି ଘଟଣା ସ୍ଥଳକୁ ନଯାଇ ଚୁପ ରହିଗଲା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।