କଲ୍ୟାଣସିଂହପୁରରେ ହାତୀ ଦେଖି ଲୋକେ ଭୟଭୀତ

0
51
କଲ୍ୟାଣସିଂହପୁରରେ ହାତୀ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୦/୧୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ନାରାୟଣପୁର ଓ ପୂଜାରିଗୁଡା ପଞ୍ଚାୟତରେ ହାତୀ ଦେଖି ଲୋକେ ଭୟଭୀତ ହୋଇ ରହିଥିବା ଦେଖିବାକୁ ମିଳିଛି ।

କିଛିଦିନ ଦେବ ଏକ ହାତୀ ପଲ କରପା ପଞ୍ଚାୟତ ଦେଇ ନାରାୟଣପୁର, ପୂଜାରିଗୁଡା ପଞ୍ଚାୟତର ରାଉତପରଡିଗୁଡା, ଲଟାଗୁଡା, ପଡେଇକାନୀ ଅଞ୍ଚଳରେ ଥିବା ଝୁଲା ଓ ବଣରେ ବୁଲିବା ପରେ କଲ୍ୟାଣସିଂହପୁର ଠାରୁ ରାୟଗଡା ଯିବା ମୁଖ୍ୟ ରାସ୍ତାର ଖସିଗୁଡା ଓ ପଡେଇକାନି ମଝିରେ ରାସ୍ତାକୁ ବାହାରିଥିବା ଏ ବିଜୟ କୁମାର, ଶ୍ୟାମଧର ହିମିରିକା, କମେଶ୍ୱର ପିଡ଼ିସିକା ଓ ରହିଦାସ ପିଡ଼ିସିକା ଲୋକ ଦେଖି ଘୋଉଡାଇ ଥିଲେ । ହାତୀ ପଲ ଅଞ୍ଚଳର ଫସଲ ଧାନ, କାନ୍ଦୁଲ, ମାଣ୍ଡିଆ ଖାଇଯିବା ସହ ଅନେକ କପା ଗଛ ମାଡିଦେଇ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି ।

ଏହାକୁ ନେଇ ବନ ବିଭାଗକୁ ସୂଚନା ଦେଇଥିଲେ । ଉକ୍ତ ଖବର ପାଇ ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ, ବନପାଳ ସହଦେବ ରାଉତ, ବନରଖି ସମେତ ହାତୀ ସ୍ୱାର୍ଡ ଦଳ ପହଞ୍ଚି ଲୋକଙ୍କୁ ସଚେତନତା କରି ହାତ ଖୋଜା ଖୋଜି କରୁଛନ୍ତି । ଏସମ୍ପର୍କରେ ରେଞ୍ଜର ଚନ୍ଦନ ଗମାଙ୍ଗ ଙ୍କୁ ପଚାରିବାରୁ ସେ ବର୍ତ୍ତମାନ ତିନିପଟ ହାତୀ ଆସି ପୂଜାରିଗୁଡା ଫରେଷ୍ଟଏରିଆରେ ରହିଛି ସାନ୍ଧ୍ୟ ବେଳେ ଜଙ୍ଗଲକୁ ଚାଲିଯିବ, ଲୋକଙ୍କୁ ମଧ୍ୟ ହାତୀକୁ ବିରକ୍ତ ନ କରି ସଙ୍ଗେ ସଙ୍ଗେ ସୂଚନା ଦେବାପାଇଁ ପରାମର୍ଶ ଦେଇଥିବା କହିଛନ୍ତି ।