୧୬ନଂ ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା, ଜଣେ ମୃତ

0
45
୧୬ନଂ ଜାତୀୟ ରାଜପଥ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୨୧/୧୨) : ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା ଘଟିଛି । ଜାତୀୟ ରାଜପଥର ଧର୍ମଶାଳା ଥାନା ରଥିଆ ନିକଟରେ ଆଜି ସକାଳୁ ସକାଳୁ ଘଟିଛି ସିରିଜ ଦୁର୍ଘଟଣା ।

ପୂର୍ବରୁ ରାଜପଥରେ ଛିଡା ହୋଇଥିବା ଟ୍ରେଲର ପଛ ପଟୁ ପିଟିଲା ଆଇଜରକୁ । ଆଇଜର ପଛ ପଟେ ଧକ୍କା ହେବାରୁ ରାସ୍ତା ତଳକୁ ଖସି ପଡ଼ିଲା ପିକଅପ ଭ୍ୟାନ । ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଆହତଙ୍କୁ ପ୍ରଥମେ ଧର୍ମଶାଳା ଓ ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।