ରାଜ୍ୟ ବାହାରକୁ ଚାଲାଣ ବେଳେ ୧୩ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର

0
30
ରାଜ୍ୟ ବାହାରକୁ ଚାଲାଣ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗିର, (୨୧/୧୨) : ରାଜ୍ୟରେ ସରୁନି ଦାଦନ ଦୁଃଖ । ରାଜ୍ୟ ବାହାରକୁ ଚାଲାଣ ବେଳେ ୧୩ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ବଲାଙ୍ଗିର ଖପ୍ରାଖୋଲ ପୋଲିସ

ଶ୍ରମିକଙ୍କ ମଧ୍ୟରେ ୩ ଜଣ ପୁରୁଷ, ୩ ଜଣ ମହିଳା ଥିବା ବେଳେ ୭ ଜଣ ଶିଶୁ ରହିଛନ୍ତି । ଘଟଣାରେ ଦାଦନ ସର୍ଦ୍ଦାର ଓ ଗାଡ଼ି ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଶ୍ରମିକ ମାନଙ୍କୁ ପୋଲିସ ନିଜ ଗାଁ’କୁ ପଠାଇଥିବା ବେଳେ ସେମାନଙ୍କୁ ହାଇଦ୍ରାବାଦ ଚାଲାଣ କରାଯାଉଥିବା ଜଣାପଡ଼ିଛି ।