କୋଟସମଲାଇ ହାଇସ୍କୁଲ ରେ ଜାତୀୟ ଗଣିତ ଦିବସ ପାଳିତ

0
52
କୋଟସମଲାଇ ହାଇସ୍କୁଲ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୨୨/୧୨) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ଏକାଡେମୀ କୋଟସମଳାଇ ରେ ଜାତୀୟ ଗଣିତ ଦିବସ ପାଳିତ ଓ ନବନିଯୁକ୍ତ ଶିକ୍ଷକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଆୟୋଜିତ ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ଶୋଭାଶିନୀ ମିଶ୍ର ସଭାପତିତ୍ୱରେ ସମ୍ମାନିତ ଅତିଥି ଭାବରେ ମୋ ସ୍କୁଲ ଅଭିଯାନର ସଭାପତି ନଳିନୀକାନ୍ତ ବାଘ ଯୋଗ ଦେଇ ଗଣିତ ଦିବସର ମହତ୍ୱ ସମ୍ପର୍କରେ ମତ ରଖିଥିଲେ । ଶିକ୍ଷକ ଅନିରୁଦ୍ଧ ପାଢୀ ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷକ ସୁଧିର କୁମାର ହୋତା ଦୈନନ୍ଦିନ ଜୀବନ ରେ ଗଣିତର ଆଵଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ଛାତ୍ର ଛାତ୍ରୀ ପୁଷ୍ପ ଗୁଚ୍ଛ ଦେଇ ନବନିଯୁକ୍ତ ଗଣିତ ଶିକ୍ଷକ ହୃଷୀକେଶ ପଧାନ କୁ ସ୍ୱାଗତ କରିଥିଲେ । ଶିକ୍ଷକ ଶଙ୍ଖସିନ୍ଧୁ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ । ଆୟୋଜିତ ସଭାରେ ପ୍ରଫୁଲ୍ଲ କୁ ସାହୁ, ସାନ ଡାଙ୍ଗ ସମେତ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତଥିଲେ ।