ଉଲୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ କଲେଜରେ ଖାଉଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

3
50
1996b447 65a7 4e75 9263 A2f3a20f4102

ରିପୋର୍ଟ: ରାଜେଶ ବାଗ//
ଉଲୁଣ୍ଡା ୧୩/୧୨): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟ ଠାରେ ଆଜି ରେଆର ସୋନପୁର ତରଫରୁ ଯୁବା ଓଡିଶା ନବୀନ ଓଡିଶା ଅନ୍ତର୍ଗତ ଯୁବ ବିକାଶ କାର୍ଯ୍ୟକ୍ରମ ରେ ଏକ ଖାଉଟି ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି lkashinagar1

କଲେଜ ଅଧ୍ୟକ୍ଷ ଡକ୍ଟର ଦେବାଶିଷ ପାଣ୍ଡିଆ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭା ମୁଖ୍ୟ ଅତିଥି ଭାବରେ ରେଆର ର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା ଯୋଗଦେଇ ଖାଉଟି ସୁରକ୍ଷା ଆଇନ 2019 ବିଷୟରେ ବିଷଦ ଭାବରେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପିକା ତେଜଶ୍ରୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଖାଉଟି ଠକେଇ ର ଶିକାର ହେଲେ ଖାଉଟି ଅଦାଲତ ର ଆଶ୍ରୟ ନେଇ ପାରିବେ ବୋଲି କହିବା ସହ ଜିନିଷ କିଣିଲା ସମୟରେ ବିଲ ମାଗିବାକୁ ପରାମର୍ଶ ଦେଇଥିଲେ l ଖାଉଟି ପରାମର୍ଶଦାତା ସୁଦାମ ଗାଇଗରିଆ ଖାଉଟି ପରାମର୍ଶ କେନ୍ଦ୍ର ବିଷୟରେ ସୂଚନା ପ୍ରଦାନ କରିଥିଲେ l ଶେଷରେ ଅଧ୍ୟାପକ ବିଶ୍ୱ ନାଗ ଧନ୍ୟବାଦ ଅର୍ପଣ କରିଥିଲେ lଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ।

3 COMMENTS

Comments are closed.