ଉପଖଣ୍ଡ ସ୍ତରୀୟ ଚଇତି ” ଇଡିତାଲ” ଉଦଘାଟିତ

0
42
ଉପଖଣ୍ଡ ସ୍ତରୀୟ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୩/୧୨) : ରାୟଗଡ଼ା ଜିଲ୍ଲା ଗୁଣପୁର ଚଇତି ମଣ୍ଡପ ଠାରେ ବଡ ଧୁମଧାମରେ ଉପଖଣ୍ଡ ସ୍ତରୀୟ ଚଇତି ” ଇଡିତାଲ” ମହୋତ୍ସବ ଉଦଘାଟିତ ହୋଇଯାଇଛି ।Whatsapp Image 2023 12 23 At 12.30.59

ଏହି ଆଦିବାସୀ ସାଂସ୍କୃତିକ ମହୋତ୍ସବକୁ ଆଇନ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧିର କୁମାର ଦାଶ, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ରାୟଗଡ଼ା ଉପଜିଲ୍ଲାପାଳ ସଂଘମିତ୍ରା ଦେବୀ, ଭାମିନି ୨ୟ ରିଜର୍ଭ ବାଟାଲିୟନ ଦୁର୍ଗପତି ବ୍ରଜମୋହନ ନାୟକ, ଗୁଣପୁର ପିଏ ଆଇ ଟି ଡି ଏ ଶାନ୍ତିପ୍ରଭା ପ୍ରଧାନ, ବିଜେଡି ରାଜ୍ୟ ଉପସଭାପତି ବିଷ୍ଣୁ ପଣ୍ଡା ଯୋଗଦେଇ ଚଇତି ଉତ୍ସଵର ଶୁଭାରମ୍ଭ କରିଥିଲେ । ପଦ୍ମପୁର ବ୍ଲକର ମରିଚଗୁଡା ଅକ୍ଷର ବ୍ରହ୍ମ ମନ୍ଦିରରୁ ପ୍ରଥମେ ଆଜ୍ଞାମାଳ ଆସିବା ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ପୂଜାର୍ଚ୍ଚନା କର ଚଇତି କଳସକୁ ଶୋଭାଯାତ୍ରାରେ ବାହାର କରାଯାଇଥିଲା ।

ଏହି ଶୋଭାଯାତ୍ରାରେ ଆଖପାଖ ଅଞ୍ଚଳର ବହୁ ନାଚଦଳ, ସ୍କୁଲ କଲେଜ ଛାତ୍ର ଛାତ୍ରୀ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ, ପୋଲିସ, ସାଧାରଣ ଜନତା ହଜାର ହଜାର ସଂଖ୍ୟାରେ ଯୋଗ ଦେଇ ଆଦିବାସୀ ବାଦ୍ୟର ତାଳେତାଳେ ଝୁମି ଉଠିଥିଲେ । ନାଚଗୀତ ଆସର ମଧ୍ୟରେ ମହା ଆଡ଼ମ୍ବରରେ ଚଇତି କଳସକୁ ଚଇତି ମଣ୍ଡପରେ ସ୍ଥାପନ କରାଯାଇଥିଲା । ଚଇତି ଇଡିତାଲର ଅଧ୍ୟକ୍ଷ ତଥା ଗୁଣପୁର ଉପଜିଲ୍ଲାପାଳ ଲଳିତ କଅଁରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆବାହକ ଚନ୍ଦ୍ରଧ୍ଵଜ ପଣ୍ଡା ମଞ୍ଚାସିନ ଥିବା ବେଳେ ପୌର ନିର୍ବାହୀ ଅଧିକାରୀ ସ୍ଵସ୍ତିକ ଜମାଦାର ମଞ୍ଚ ପରିଚାଳନା କରିଥିଲେ ଓ ଅତିରିକ୍ତ ତହସିଲଦାର ଅଂଶୁମାନ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।

ବିବିଧତା ମଧ୍ୟରେ ଏକତା ସୃଷ୍ଟି କରୁଥିବା ଏହି ଉତ୍ସବରେ ପଦ୍ମପୁର ବିଡିଓ ସୁଜିତ କୁମାର ମିଶ୍ର, ଡେପୁଟି କଲେକ୍ଟର ଅଭିଷେକ ସ୍ବାଇଁ, ଗୁଣପୁର ଵିଡିଓ ଶୁଭ୍ରାଞ୍ଜଳୀ ପ୍ରଧାନ, ତହସିଲଦାର ଲୀଳାବତୀ ଆଚାର୍ଯ୍ୟ , ପୌର ଅଧ୍ୟକ୍ଷା ମମତା ଗୌଡ, ପୌର ଉପାଧ୍ୟକ୍ଷ ଶିଵ ପ୍ରସାଦ ଗୌଡ, ରାୟଗଡ଼ା ଜିଲ୍ଲା କଂଗ୍ରେସ ସଭାପତି ବିଜୟ ଗମାଙ୍ଗ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଶ୍ଵିନୀ ଗମାଙ୍ଗ, ନବ ନିର୍ମାଣ ସମିତି ସଭାପତି ଅକ୍ଷୟ ଦାସ, ରାମଚନ୍ଦ୍ର ପଣ୍ଡା, ଭାଷା ଶତପଥୀ , ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଧନଞ୍ଜୟ ଵେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଗୁଣପୁର ଆଇ ଆଇ ସି ଉତ୍ତମ କୁମାର ସାହୁଙ୍କ ନେତୃତ୍ୱରେ ସୁରକ୍ଷା କର୍ମୀ ଓ ଏନ୍ ସି ସି କ୍ୟାଡେଟ ଆଇନସୃଖଳା ରକ୍ଷା କରିଥିଲେ । ମହୋତ୍ସବ ପଡ଼ିଆରେ କୃଷି ଭିତ୍ତିକ, ଉଦ୍ୟାନ ଭିତ୍ତିକ, ମିଶନ ଶକ୍ତି ଓ ଏସ ଏଚ ଜି ପକ୍ଷରୁ ବିଭିନ୍ନ ଷ୍ଟଲ୍ ଖୋଲାଯାଇଛି । ସନ୍ଧ୍ୟାରେ ଚଇତି ମଣ୍ଡପରେ ସଭାକାର୍ଯ୍ୟ ସହ ବିଭିନ୍ନ ସଙ୍ଗଠନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ । ପ୍ରତିବର୍ଷ ଏହି ଉତ୍ସବକୁ ତିନି ଦିନଧରି ପାଳିତ କରାଯାଉଥିବା ବେଳେ ଏ ବର୍ଷ ଦୁଇ ଦିନରେ ସୀମିତ ରଖାଯାଇଥିବାରୁ ଜନସାଧାରଣ ଓ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ଦେଖା ଦେଇଛି ।