ବୋରିଗୁମ୍ମାରେ ଦେବାନୀ ଅଦାଲତ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଶିଳାନ୍ୟାସ

0
61
ବୋରିଗୁମ୍ମାରେ ଦେବାନୀ

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ, (୨୪/୧୨) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଦୁଲ୍ଲାଗୁଡା ଗ୍ରାମ ନିକଟରେ ବୋରିଗୁମ୍ମା ଜୁଡ଼ିସିଆଲ କମ୍ପ୍ଲେଲକ୍ସ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଯାଇଛି ।Whatsapp Image 2023 12 25 At 11.38.31

ଏହି କାର୍ଯ୍ୟକ୍ରମରେ ଓଡିଶା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଡ଼. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ, ବିଚାରପତି ଡ଼. ସଂଜୀବ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଜୁଡ଼ିସିଆଲ କମ୍ପ୍ଲେକ୍ସର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଉଚ୍ଚ ନ୍ୟାଳୟର ମାନ୍ୟବର ବିଚାରପତି ଆର.ଏମ. ରାମନା,ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ପ୍ରତାପ ପାତ୍ର, ହାଇକୋର୍ଟର ପ୍ରିନସିପାଲ ସେକ୍ରେଟାରୀ ଆନନ୍ଦ ଦାସ ଓ ଅଖିଳ କୁମାର ପଶ୍ଚିମକବାଟ କୋରାପୁଟ ମାନ୍ୟବର ଜିଲ୍ଲା ଜଜ୍‌ ସତ୍ୟ ନାରାୟଣ ମିଶ୍ର, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ବରିଷ୍ଠ ଓକିଲ ଲାଲୁ ଷଡ଼ଙ୍ଗୀ, ବୋରିଗୁମ୍ମା ଓକିଲ ସଂଘ ସଭାପତି କେ. ନାଗରାଜ ଦୋରା, ସମ୍ପାଦକ ଚନ୍ଦ୍ରଶେଖର ବେଗରାଇ, ସରକାରୀ ଓକିଲ ସନ୍ତୋଷ କୁମାର ଦୋରା (ମୁନ୍ନା), ପ୍ରସାଦ ବିଡ଼ିକା, ବରିଷ୍ଠ ଆଇନଜୀବି ସୁବାଷ ଚନ୍ଦ୍ର ନାୟକ, ଜଗଦୀଶ ପ୍ରସାଦ ରାଓ, ରମେଶ ମିଶ୍ର ପ୍ରଥମେ ବିଚାରପତିଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ଏହି ସମାରୋହରେ ବୋରିଗୁମ୍ମା ଥାନା ଅଧିକାରୀ ଯୁଗଳ କିଶୋର ସା, ବି. ସିଂହପୁର ଥାନା ଅଧିକାରୀ ସମ୍ବିତ କୁମାର ସ୍ୱାଇଁଙ୍କ ସମେତ ବୋରିଗୁମ୍ମା ଅଞ୍ଚଳର ବହୁ ଆଇନଜୀବି ଯୋଗ ଦେଇଥିଲେ ।