ତୁଚ୍ଛ ହେଲା ରକ୍ତ ସମ୍ପର୍କ; ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ

0
42
ତୁଚ୍ଛ ହେଲା ରକ୍ତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଳାହାଣ୍ଡି, (୨୫/୧୨) : ତୁଚ୍ଛ ହେଲା ରକ୍ତ ସମ୍ପର୍କ । ସାନ ଭାଇକୁ ଜଣେ ବ୍ୟକ୍ତି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ ଥାନା ଅନ୍ତର୍ଗତ ବାହାଦୁର ବଗିଚାପଡ଼ା ଠାରେ । ମୃତ ବ୍ୟକ୍ତି ଜଣଙ୍କ ହେଲେ ଗଣେଶ ବାଗ । ସାନ ଭାଇକୁ ହତ୍ୟା କରିବା ପରେ ବଡ଼ ଭାଇ ମହେନ୍ଦ୍ର ବାଗ ଥାନାରେ ଆତ୍ମସର୍ମପଣ କରିଛି । ଗତକାଲି ରାତିରେ ଗଣେଶ ଓ ମହେନ୍ଦ୍ରଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ପରେ ମହେନ୍ଦ୍ର ଉତ୍ତ୍ୟକ୍ତ ହୋଇ ଘରୁ ଏକ ପେଚକଚ୍ ଆଣି ସାନ ଭାଇ ପେଟରେ ଭୁସି ଦେଇଥିଲା । ପରିବାର ଲୋକେ ଗଣେଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଚିକତ୍ସାଧୀନ ଅବସ୍ଥାରେ ଗଣେଶଙ୍କ ମୃତ୍ୟୁ ଘଟିଥିଲା । ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇ ପଠାଇଛି ଓ ଘଟଣାର ତଦନ୍ତ କରୁଛି ।