ସିରୋଲ ଗ୍ରାମରେ କଂଗ୍ରେସ ଦଳର କର୍ମୀ ସମ୍ମିଳନୀ, ବନ୍ଧୁମିଳନ ଓ ବଣଭୋଜି ଅନୁଷ୍ଠିତ

0
52
08d4d5fe Aa2f 490c 8e27 3318591e3c14

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୫/୧୨) : ମୁରିବାହାଲ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ସିରୋଲ ପଞ୍ଚାୟତ ଓ ତେନ୍ତୁଳୀଖୁଣ୍ଟି ପଞ୍ଚାୟତର କଂଗ୍ରେସ କର୍ମୀମାନଙ୍କ ମିଳିତ ଉଦ୍ୟମରେ ଏକ କର୍ମୀ ସମ୍ମିଳନୀ, ବନ୍ଧୁ ମିଳନ ଓ ବଣଭୋଜିର ଆୟୋଜନ ସିରୋଲ ଗ୍ରାମର ପାଟଖଣ୍ଡା ମନ୍ଦିର (ଚିତାକୁନା) ଠାରେ ଆଜି ଆୟୋଜିତ ହୋଇଥିଲା ।Whatsapp Image 2023 12 25 At 12.09.21

ଏହି ସଭାରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିଲେ । “ସମ୍ମାନିତ ଅତିଥି ରୂପେ ୨୯ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ପାଣିଗ୍ରାହୀ, ତେନ୍ତୁଳୀଖୁଣ୍ଟି ସରପଞ୍ଚ ଶ୍ରୀମତୀ ମୋତିମାଳା ବେହେରା, ବରିଷ୍ଠ କଂଗ୍ରେସ ନେତା କେ.ତ୍ରିନାଥ ରାଓ ଉପସ୍ଥିତ ଥିଲେ । ଏହି କଂଗ୍ରେସ କର୍ମୀ ସମ୍ମିଳନୀରେ ଅନ୍ୟ ଦଳର ବହୁ କର୍ମୀ କଂଗ୍ରେସ ଦଳର ନୀତି ଆଦର୍ଶ ଓ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଜନସେବାରେ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳରେ ସାମିଲ ହୋଇଥିଲେ । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ପାଞ୍ଚ ଶହରୁ ଅଧିକ କର୍ମକର୍ତା ଉପସ୍ଥିତ ହୋଇ ଏହି ବଣଭୋଜିରେ ସାମିଲ ହୋଇଥିଲେ ।

ନୂତନ ଭାବରେ କଂଗ୍ରେସରେ ସାମିଲ ହୋଇଥିବା କର୍ମୀମାନେ ହେଲେ ଖଜୁରୀପଡ଼ାର ଅକ୍ରୁର ନାଗ, ଗୋବିନ୍ଦ ବାଗ, ଯୁବରାଜ ବାଗ, ଗୁଞ୍ଚିତରାର ଧନଞ୍ଜୟ ବେହେରା ଏବଂ ଅନ୍ୟ କୋଡିଏ ଜଣ ଯୁବକ, ତେନ୍ତୁଳୀଖୁଣ୍ଟି ଗ୍ରାମରୁ ଦଶରଥ ନିଆଲ, କାଳିଦଳନ ବେହେରା, ନେତ୍ରାନନ୍ଦ ବେହେରା, କରୁଣାକର ବେହେରା, ବିଜୟ ବନଛୋର, ବନିତା ବେହେରା, ଅନାମ ରଣା, ଅଭୁ ଚନ୍ଦ୍ର ନାଗ ଏବଂ ଟିକ୍ରାପଡ଼ାରୁ ନାଏବ ସରପଞ୍ଚ ଏବଂ ଅନ୍ୟାନ୍ୟ କର୍ମୀ ପ୍ରମୁଖ ଯୋଗଦାନ କରିଥିଲେ ।

ସେହିପରି ବେଲପଦରରୁ କିଶୋର ଦୀପ ଏବଂ ବହୁ କର୍ମକର୍ତ୍ତା ଏବଂ ସିରୋଲରୁ ଚୁମନ ସାହୁଙ୍କ ସହିତ ବହୁ କର୍ମକର୍ତ୍ତା ଯୋଗଦାନ କରିଥିଲେ । ସ୍ଥାନୀୟ ବହୁ ଲୋକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ନିଜ ନିଜର ଆପତ୍ତି ଅଭିଯୋଗ ଗୁଡିକ ମଧ୍ୟ କଣ୍ଟାବାଞ୍ଜି ବିଧାୟକଙ୍କୁ ଜଣାଇଥିଲେ । ଏଥିରେ ବ୍ଲକ ଅଞ୍ଚଳର ବହୁ ସଂଖ୍ୟକ କଂଗ୍ରେସ କର୍ମୀ ଯୋଗ ଦେଇଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ରାଓ ଧନ୍ୟବାଦ ଦେଇଥିଲେ । “