ଅରିଗାଁ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହୀରକ ଓ ସୁବର୍ଣ୍ଣ ଜୟନ୍ତୀ ଉଦଯାପିତ

0
52
ଅରିଗାଁ ସରକାରୀ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୫/୧୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅରିଗାଁ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ହୀରକ ଓ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଯାପିତ ହୋଇଯାଇଛି lWhatsapp Image 2023 12 26 At 12.03.40

ପୁରାତନ ଛାତ୍ରଛାତ୍ରୀ ତଥା ଆଲୁମୀନି କମିଟୀ ସଭାପତି ଲକ୍ଷ୍ୟପତି ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ବୀରମହାରାଜପୁର ତଥା ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା, ମୁଖ୍ୟ ବକ୍ତା ଅବସରପ୍ରାପ୍ତ ପ୍ରଧ୍ୟାପକ ନୀଳାମ୍ବର ଶତପଥୀ ଓ ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ରାମକୃଷ୍ଣ ରଥ ସାମ୍ବାନୀତ ଅତିଥିଭାବେ ଯୋଗଦେଇଥିଲେ l ଉକ୍ତ ସ୍କୁଲ ଦ୍ବୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ବର୍ଗତ ନାରାୟଣ ଦାସ ଏବଂ ସ୍ୱର୍ଗତ ଖୁଞ୍ଚୁ ମହାକୁରଙ୍କ ଅତୁଳନୀୟ ସେବା ପାଇଁ ଜୟନ୍ତୀ କମିଟି ତରଫରୁ ତାଙ୍କର ସହଧର୍ମିଣୀ ଦ୍ବୟ ଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରା ଯାଇ ଥିଲା l ଏତ୍ୟବସରେ ତ୍ରିଲୋଚନ ନେତ୍ରାଳୟ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା l

ଅରିଗାଁ ପ୍ରାଥମିକ ବିଦ୍ୟାଳୟ ୧୯୪୮ ମସିହା ବ୍ୟାଚ ଠୁ ଆରମ୍ଭ କରି ୨୦୨୩ ମସିହା ବ୍ୟାଚ ପର୍ଯ୍ୟନ୍ତ ଅଧ୍ୟୟନ କରିଥିବା ଛାତ୍ର ଛତ୍ରୀ ମାନଙ୍କ ମଧ୍ୟରେ ବନ୍ଧୁ ମିଳନ ଓ ଭାବ ବିନିମୟ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ପ୍ରହଲ୍ଲାଦ ମିଶ୍ର ଏବଂ ରେଖା ଆଚାଯ୍ୟ l ଶେଷରେ କମିଟିର ସମ୍ପାଦକ କିଶୋର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ବଜା ଗଜା ସମ୍ବଲପୁରୀ ନାଚ ଗୀତ ରେ ମଞ୍ଚ ଦୁଲକି ଉଠିଥିଲା l ଦର୍ଶକ ତାର ମନଭରି ମଜା ନେଇଥିଲେ l