ଘର ଭିତରେ ଝୁଲୁଛି ଯୁବତୀଙ୍କ ମୃତଦେହ

0
39
ଘର ଭିତରେ ଝୁଲୁଛି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୨୭/୧୨) : ଘରେ ବାପା-ମାଆ କେହି ନଥିଲେ । ହେଲେ ଘର ଭିତରେ ଝୁଲୁଛି ଜଣେ ଯୁବତୀଙ୍କ ମୃତଦେହ । ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ ଜଣାପଡ଼ି ନାହିଁ ।

ଏପରି ହୃଦୟବିଦାରକ ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଘଟିଥିବା ଦେଖିବାକୁ ମିଳିଛି । କଣ୍ଟାବାଞ୍ଜି ଥାନା ଡୁମେରଚୁଆଁ ଗାଁ’ର ଅଞ୍ଜଳି ନାଗଙ୍କ ବାପା, ମାଆ କାମ କରିବା ପାଇଁ ଯାଇଥିଲେ । ଆଉ ଭାଇ କୌଣସି କାମରେ ବାହାରକୁ ଯାଇଥିଲେ । ତେଣୁ ଘରେ ଏକାକୀ ଥିଲେ ଅଞ୍ଜଳି । ମଧ୍ୟାହ୍ନରେ ଘରକୁ ଫେରିଥିଲେ ତାଙ୍କ ଭାଇ । ଅଞ୍ଜଳିଙ୍କୁ ବହୁ ଡାକିଥିଲେ । ମାତ୍ର ସେ କବାଟ ଖୋଲିନଥିଲେ । ଏପରିକି କୌଣସି ଉତ୍ତର ଦେଇନଥିଲେ । ଘରର ଆଜବେଷ୍ଟସ୍‌ ଛାତରେ ଦେଖିଲା ବେଳକୁ ସେ ଝୁଲି ପଡ଼ିଛନ୍ତି ।ଘରେ ଝିଅର ମୃତଦେହ ଝୁଲୁଥିବା ଜାଣିପାରି ଅଞ୍ଜଳିଙ୍କ ବାପା ଓ ମାଆ ଘରକୁ ଫେରିଥିଲେ ।

ଏଥିସହ ପୁଲିସ୍‌କୁ ଖବର ଦେଇଥିଲେ । କଣ୍ଟାବାଞ୍ଜି ଥାନା ପୁଲିସ ଗାଁ’ରେ ପହଞ୍ଚିଥିଲା । ଯୁବତୀ ଜଣକ ଲାଲ ରଙ୍ଗର ଓଢଣୀରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ତେବେ ଏହା ଆତ୍ମହତ୍ୟା ନା ହତ୍ୟା, ତାହା ଜଣାପଡ଼ି ନାହିଁ । ଯଦି ଆତ୍ମହତ୍ୟା ବୋଲି କୁହାଯାଉଛି, ତାହା ହେଲେ କ’ଣ ପାଇଁ ? ତେବେ ଏନେଇ ପରିବାର ଲୋକ ବା ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ । ପୁଲିସ ଛାନ୍‌ଭିନ ଚଳାଉଛି ।