ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ

0
38
ଭୀମଭୋଇ ସାମର୍ଥ୍ୟ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୮/୧୨) : ଆଜି ତା- ୨୮.୧୨.୨୦୨୩ ରିଖରେ ଜିଲ୍ଲା ପ୍ରଶାସନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ରାୟଗଡା ବ୍ଲକ ପକ୍ଷରୁ ଭୀମଭୋଇ ସାମର୍ଥ୍ୟ ଶିବିର ରାୟଗଡା ସ୍ଥିତ ବ୍ଲକ ଅଫିସ ପରିସର ଠାରେ ଅନୁଷ୍ଠିତ ହୋଇଅଛି ।Whatsapp Image 2023 12 28 At 17.34.19

ଉକ୍ତ ଦିବସରେ ଅଧ୍ୟକ୍ଷ।, ପଞ୍ଚାୟତ ସମିତି, ରାୟଗଡା, ସୁଶ୍ରୀ ଟୁନୀ ହୁଇକା, ଉପାଧ୍ୟକ୍ଷ, ପଞ୍ଚାୟତ ସମିତି, ରାୟଗଡା, ଶ୍ରୀ ହରପ୍ରସାଦ ହେପୃକା, ଜିଲ୍ଲା ପରିଷଦ ସଭ୍ୟା, “ଖ” ଜୋନ, ଶ୍ରୀମତୀ, ପଦ୍ମାବତୀ ମାଣ୍ଡାଙ୍ଗୀ, ଜିଲ୍ଲା ପରିଷଦ ସଭ୍ୟା, “ଗ” ଜୋନ, ଶ୍ରୀମତୀ ସନ୍ଧ୍ଯା ପୁଲାକା, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶ୍ରୀ ଅମୂଲ୍ୟ କୁମାର ସାହୁ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାଳୁଚରଣ ନାୟକ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ଶ୍ରୀ ଗୋପାଳ ପଣ୍ଡା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡା, ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡା , ଶ୍ରୀମତୀ ରଞ୍ଜିତା ବେହେରା ଓ ରାୟଗଡ଼ ଭିନ୍ନକ୍ଷମ ମହାସଂଘ ଓ ଓଡିଶା ବିକଳାଙ୍ଗ ମଞ୍ଚର କର୍ମକର୍ତ୍ତା ବୃନ୍ଦ, ଶ୍ରୀ ଅମରେନ୍ଦ୍ର ନାଥ, ଶ୍ରୀ ଜଳେନ୍ଦ୍ର ବାଚେଲୀ, ଶ୍ରୀ ଶିଶିର ରାଉଳ ଶିବିରରେ ଉପସ୍ଥିତ ଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ୨୧୦ ଜଣ ଭିନ୍ନକ୍ଷମଙ୍କ ପଞ୍ଜୀକରଣ କରାଯିବା ସହ ୫ଜଣ ଭିନ୍ନକ୍ଷମଙ୍କୁ ହୁଇଲ ଚେୟାର, ୪ ଜଣଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଗଲା । ଏତଦବ୍ୟତୀତ, ୨୦ ଜଣଙ୍କ ଡ଼ି.ଆର.ଆଇ. ରୂଣ ଫର୍ମ, ୨୭ ଜଣଙ୍କ ଭିନ୍ନକ୍ଷମ ଭତ୍ତା ଫର୍ମ, ୧ ଜଣଙ୍କ ଇଲେକ୍ଟ୍ରିକ ସ୍କୁଟି ଫର୍ମ ଓ ୯୮ ଜଣଙ୍କ ବସ ପାସ ଫର୍ମ ସଂଗ୍ରହ କରାଯାଇଅଛି, ଯାହା ଆଗାମୀ ଦିନରେ ଅନୁମୋଦନ କରାଯାଇ ପ୍ରଦାନ କରିବାର ବ୍ୟବସ୍ଥା କରାଯିବ । ଉକ୍ତ ଶିବିରରେ ୮୩ ଜଣ ଭିନ୍ନକ୍ଷମଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ତଥା ବିଶେଷଜ୍ଞଙ୍କ ଦ୍ଵାରା ପରୀକ୍ଷା କରାଯାଇ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଗଲା ।