ପିକନିକ ବସ ଦୁର୍ଘଟଣା ରେ ଆହତ ଙ୍କୁ ଭେଟିଲେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ 

3
65
ପିକନିକ ବସ ଦୁର୍ଘଟଣା ରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୮/୧୨) : ଆଜି ଭୋର ସକାଳ ୫ ଟା ବେଳେ ସୋନପୁର ବଲାଙ୍ଗିର ମୁଖ୍ୟ ରାସ୍ତା NH ୫୭ ହରଡଖୋଲ ଓ ଖମ୍ବେଶ୍ୱରୀପାଲି ମଝି ରାସ୍ତା ଠାରେ ଏକ ପିକନିକ ବସ ଟ୍ରକକୁ ପଛପଟୁ ଧକ୍କା ଦେଇଥିବା ଜଣାପଡ଼ିଛିWhatsapp Image 2023 12 28 At 20.46.48

ସୂଚନା ଯୋଗ୍ୟ ଯେ ସୋନପୁର ବଡ଼ବଜାର ଠାରେ ଥିବା ଓଆଇସିଏ କମ୍ପ୍ୟୁଟର ସେଣ୍ଟର ର ଛାତ୍ର ଛାତ୍ରୀମାନେ ଭୋଲେନାଥ ନାମକ ଏକ ଘରୋଇ ବସ ରେ କୋରାପୁଟ ପିକନିକ କରିବାକୁ ଯାଇ ଫେରୁଥିବା ବେଳେ ସୋନପୁର ରୁ ମାତ୍ର ୧୫ କିମି ଦୂରରେ ସିଆଲଜୁରୀ ଠାରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକସହ ଧକ୍କା ହୋଇଥିଲା । ଘନ କୁହୁଡି ଯୋଗୁଁ ଟ୍ରକ୍ ପଛପଟେ ଧକ୍କା ଦେଇଥିଲା ବସଟି ।

ଏଥିରେ ଡ଼୍ରାଇଭର ସହିତ ୭ ଜଣ ଆହତ ହୋଇ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ମଧ୍ୟରୁ ୪ ଜଣ ଛାତ୍ର ବୌଦ୍ଧ ଜିଲ୍ଲା ଗବଜୁରୀ ର ବାଦଲ ସାହୁ, ଝିଙ୍କି ର ସୁରଥ ଗହିର ଙ୍କ ସହ ଅନ୍ୟ ୨ ଜଣ ଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନା ରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ତୁରନ୍ତ ପହଞ୍ଚିବା ସହ ଆଇଆଇସି ପଦ୍ମାସିନୀ ମେହେର ମଧ୍ୟ ଉପସ୍ଥିତ ରହି ଆହତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଚିକିତ୍ସା ବ୍ୟବସ୍ଥା କୁ ତ୍ୱରାନ୍ୱିତ କରିଥିଲେ ।

3 COMMENTS

Comments are closed.